ବିକି କୌଶଲଙ୍କୁ ଆଖି ମାରିବା ଶିଖାଇଲେ ପ୍ରିୟା ପ୍ରକାଶ, ଭାଇରାଲ ହେଲା ଭିଡିଓ…
ନିକଟରେ ରିଲିଜ ହୋଇଥିବା ଅଭିନେତା ବିକି କୌଶଲଙ୍କ ଫିଲ୍ମ ‘ଉରୀ’ ବକ୍ସ ଅଫିସରେ ଖୁବ ଭଲ ବ୍ୟବସାୟ କରିଛି । ଦର୍ଶକଙ୍କ ଠାରୁ ଆରମ୍ଭ କରି କ୍ରିଟିକ୍ସ ଫିଲ୍ମକୁ ଭଲ ରେସ୍ପନ୍ସ ଦେଇଛନ୍ତି । ରିଲିଜ ପୂର୍ବରୁ ଫିଲ୍ମ ଇଣ୍ଟଷ୍ଟ୍ରୀ ପାଇଁ ଏକ ସ୍ପେଶାଲ ସ୍କ୍ରିନିଂ ରଖାଯାଇଥିଲା । ଏହି ସ୍ପେଶାଲ ସ୍କ୍ରିନିଂରେ ବଲିଉଡର ଅନେକ ସେଲିବ୍ରିଟି ସାମିଲ ହୋଇଥିଲେ । ଉରୀ ଫିଲ୍ମର ସ୍କ୍ରିନିଂର ଏକ ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ବିକି କୌଶଲଙ୍କ ସହିତ ଭାଇରାଲ ଗର୍ଲ ପ୍ରିୟା ପ୍ରକାଶ ନଜର ଆସିଛନ୍ତି ।
ଭିଡିଓରେ ପ୍ରିୟା ପ୍ରକାଶଙ୍କ ଭାଇରାଲ ଅନ୍ଦାଜ ଭିକି କୌଶଲ କରୁଥିବାର ଦେଖିବାକୁ ମିଳିଛି । ବିକି ଏବଂ ପ୍ରିୟାଙ୍କ ଏହି କ୍ୱୁଟ ଭିଡିଓ ଲୋକଙ୍କୁ ଖୁବ ପସନ୍ଦ ଆସିଛି ।
ଦେଖନ୍ତୁ ଭିଡିଓ-