ଭାଇରାଲ ହେଲା ମହିଳା ଆଇଏସଙ୍କ ଫଟୋ ।
ଏହି ମହିଳା ଆଇଏସ ଅଫିସରଙ୍କର ସୋସିଆଲ ମିଡିଆରେ ଜବରଦସ୍ତ ଫ୍ୟାନ ଫଲୋଇଙ୍ଗ ରହିଛି ।ଏବେ ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଭାଇରାଲ ହେଉଛି ଯେଉଁଥିରେ ସେ ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଥିବା ନଜର ଆସିଛି ।
ବାସ୍ତବରେ ଚନ୍ଦ୍ରକଳା ୬ ଅଗଷ୍ଟକୁ ତାଙ୍କର ଅଫିସିଆଲ ଫେସବୁକ ପେଜରେ ଏକ ଫଟୋ ପୋଷ୍ଟ କରିଥିଲେ । ଏହାକୁ ୭୬ ହଜାରରୁ ଅଧିକ ଲାଇକ୍ସ ମିଳି ସାରିଛି ।ଲୋକ ଏହି ଆଇଏସଙ୍କୁ ଖୁବ ପସନ୍ଦ କରୁଛନ୍ତି ।ଏହା ପୂର୍ବରୁ ମଧ୍ୟ ତାଙ୍କର ଏକ ଭିଡ଼ିଓ ଭାଇରାଲ ହୋଇଥିଲା ଯେତେବେଳେ ସେ ରାସ୍ତା ଉପରେ ଇଂଜିନିୟର ଆଦିଙ୍କ କ୍ଲାସ ନେଉଥିଲେ ।