Only for Entertainment

କମାଲ କଲା ହ୍ରିତିକ ରୋଶନ-ଟାଇଗର ଶ୍ରଫଙ୍କ ଫିଲ୍ମ, ମାତ୍ର ୭ ଦିନରେ ୨୦୦ କୋଟି କ୍ଲବରେ ସାମିଲ

India Today
79

ହ୍ରିତିକ ରୋଶନ ଏବଂ ଟାଇଗର ଶ୍ରଫଙ୍କ ଫିଲ୍ମ ‘ୱାର’ ବକ୍ସ ଅଫିସରେ ଚହଳ ସୃଷ୍ଟି କରିଛି । ଫିଲ୍ମ ପ୍ରଥମ ଦିନରେ ରେକର୍ଡ ଓପନିଂ କରିବା ପରେ ଏବେ ଫିଲ୍ମ ମାତ୍ର ୭ ଦିନରେ ୨୦୦ କୋଟି କ୍ଲବରେ ସାମିଲ ହୋଇପାରିଛି । ୨ ଅକ୍ଟୋବରରେ ରିଲିଜ ହୋଇଥିବା ଏହି ଫିଲ୍ମ ସୋମବାର ୧୮୭ କୋଟି ଆସ କରିଥିବା ବେଳେ ମଙ୍ଗଳବାର ଫିଲ୍ମ ୩୦ କୋଟି ଆୟ କରି ୨୧୭.୭୫ କୋଟିରେ ପହଁଚିଛି ।

ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ ଏହି ଫିଲ୍ମରେ କଲେକ୍ସନ ବିଷୟରେ ସୂଚନା ଦେଇଛନ୍ତି । କହିରଖୁଛୁ ଯେ, ଟାଇଗର ଶ୍ରଫଙ୍କ କ୍ୟାରିଅରର ସବୁଠାରୁ ସଫଳ ଫିଲ୍ମ ଭାବେ ‘ୱାର’ ପ୍ରମାଣିିତ ହୋଇଛି ।

ଫିଲ୍ମ ୱାର ବିଷୟରେ କହିବାକୁ ଗଲେ, ଫିଲ୍ମରେ ହ୍ରିତିକ, ଟାଇଗରଙ୍କ ବ୍ୟତିତ ବାଣୀ କପୁରଙ୍କୁ ଦେଖିବାକୁ ମିଳିଛି । ଫିଲ୍ମ ଦର୍ଶକଙ୍କ ମନକୁ ଏତେ ପସନ୍ଦ ଆସିଛି ଯେ ଫିଲ୍ମକ ସିକ୍ୱଲ ନିର୍ମାଣ କରିବା ପାଇଁ ମେକର୍ସ ଏବେ ଠାରୁ ଚିନ୍ତା କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More