Only for Entertainment

ବିବାହ ସ୍ଥିର ହେବା ପରେ କ’ଣ ଭାବିଥାନ୍ତି ଯୁବତୀ…?

UniversityPrimetime
59

ସମସ୍ତେ ଚାହାନ୍ତି ସେମାନଙ୍କ ବାହାଘର ସବୁଠାରୁ ଭଲରେ ହେଉ। ତେଣୁ ନିଜ ବାହାଘରକୁ ସଫଳ କରିବା ଲାଗି ପ୍ରତ୍ୟେକ ଝିଅ ବାହାଘର ସ୍ଥିର ହେବା ପରେ ଏମିତି କିଛି କରିଥାନ୍ତି, ଯାହା ସେମାନଙ୍କୁ ଏକ ସୁଗୃହିଣୀ ଭାବେ ଗଢ଼ି ତୋଳିବ। ଚାଲନ୍ତୁ ଜାଣିବା ବାହାଘର ସ୍ଥିର ହୋଇଗଲା ପରେ ଝିଅମାନେ କ’ଣ କରନ୍ତି।

ଭାବୀ ସ୍ବାମୀଙ୍କ ବିଷୟରେ ଜାଣିବା

ବାହାଘର ସ୍ଥିର ହେବା ପରେ ଅଧିକାଂଶ ଝିଅ ସେମାନଙ୍କ ଭାବୀ ସ୍ବାମୀ ସମ୍ପର୍କରେ ଅଧିକ କିଛି ଜାଣିବାକୁ ଚାହାନ୍ତି। ଯାହା ସାଙ୍ଗରେ ସାରା ଜୀବନ ରହିବାକୁ ନିଷ୍ପତ୍ତି ନେଇଛନ୍ତି, ତାଙ୍କ ବିଷୟରେ ସବୁକିଛି ଜାଣିବାକୁ ଚାହିଥାନ୍ତି ଝିଅମାନେ।

ରୋଷେଇ ଶିଖିବା

ଶାଶୂଘରେ ବୋହୂଙ୍କୁ ସାଧାରଣତଃ ରୋଷେଇ କରିବାର ମାପକାଠିରେ ତୁଲା ଯାଏ। ଅର୍ଥାତ୍‌ ଭଲ ରୋଷେଇ କରୁଥିବା ବୋହୁ ଉତ୍ତମ ବୋହୂ ଓ ରୋଷେଇ ଜାଣି ନ ଥିବା ବୋହୂକୁ ଖରାପ କୁହାଯାଏ। ତେଣୁ ବାହାଘର ସ୍ଥିର ହେବା ପରେ ଝିଅମାନେ ରୋଷେଇ ସମ୍ବନ୍ଧିତ ଛୋଟ ଛୋଟ ଜିନିଷ ଶିଖିଥାନ୍ତି।

ପରିବାର ସହିତ ସମୟ ବିତାଇବା
ବାହାଘର ଠିକ୍‌ ହୋଇଗଲା ପରେ ଝିଅମାନେ ନିଜ ପରିବାର ସହିତ ଅଧିକ ସମୟ ବିତାଇବାକୁ ପସନ୍ଦ କରନ୍ତି। ଝିଅର ବାପା, ମା’ ମାନେ ମଧ୍ୟ ଝିଅ ସହିତ କିଛି ସମୟ ବିତାଇବାକୁ ଚାହାନ୍ତି।

ବ୍ୟାଚଲର ପାର୍ଟି

ବାହାଘର ପୂର୍ବରୁ ଝିଅମାନେ ନିଜ ସାଙ୍ଗମାନଙ୍କ ସହ ବ୍ୟାଚଲର ପାର୍ଟି କରିବାକୁ ପସନ୍ଦ କରନ୍ତି। ସିଙ୍ଗଲହୁଡ୍‌କୁ ଏନ୍‌ଜୟ କରିବା ଲାଗି ନିଜ ବନ୍ଧୁମାନଙ୍କ ସହ ମସ୍ତି କରିବାକୁ ଝିଅମାନେ ଚାହାନ୍ତି।

ଶାରୀରିକ ସମ୍ପର୍କ ବିଷୟରେ ଜାଣିବା
ବାହାଘର ପରେ ଶାରୀରିକ ସମ୍ପର୍କ ଏକ ସାଧାରଣ କଥା। ତେବେ ବାହାଘର ପୂର୍ବରୁ ଏ ସମ୍ପର୍କରେ ସବୁକିଛି ଜାଣିବାକୁ ଚାହାନ୍ତି ଝିଅମାନେ। ଯାହାଫଳରେ ବାହାଘର ପରେ ସେମାନେ କୌଣସି ଅପ୍ରୀତିକର ପରିସ୍ଥିତିରେ ପଡ଼ିବେ ନାହିଁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More