Only for Entertainment

ବଲିଉଡରେ ହେବାକୁ ଥିବା ସବୁଠାରୁ ମହଙ୍ଗା ଫିଲ୍ମରେ ଆପଣ କ’ଣ ଦେଖିବାକୁ ଚାହାଁନ୍ତି?

news18
0 45

୧୫୦ କୋଟି ବଜେଟରେ ତିଆର ହୋଇଥିବା ଏହି ଫିଲ୍ମକୁ ଆପଣ ନିଶ୍ଚୟ ଦେଖିବାକୁ ଚାହିଁବେ । ଯେଉଁଥିରେ ପ୍ରଭାସ ମୁଖ୍ୟ ଚରିତ୍ରରେ ନଜର ଆସିବେ । ଶ୍ରଦ୍ଧା ତାଙ୍କ ଅପୋଜିଟରେ ନଜର ଆସିବେ । ଏହି ଫିଲ୍ମରେ ପ୍ରଭାସ ଏକ ମର୍ଡନ ଅନ୍ଦାଜରେ ନଜର ଆସିବେ । ଫିଲ୍ମଟି ଏ ବର୍ଷ ରିଲିଜ ହେବାକୁ ଯାଉଛି ।

ଆନନ୍ଦ ଏଲ ରାୟଙ୍କ ଫିଲ୍ମ ଜିରୋରେ ଶାହାରୁଖ ଏକ ବାମନ ଚରିତ୍ରରେ ଅଭିନୟ କରୁଛନ୍ତି । ଏଥିରେ ଜିଏଫଏକ୍ସ କୌଶଳର ବ୍ୟବହାର କରି ଶାହାରୁଖଙ୍କ ଉଚ୍ଚତାକୁ କମ କରାଯାଇଛି ।

ଏହି ଫିଲ୍ମରେ ଅନୁଷ୍କା ଏବଂ କ୍ୟାଟ୍ରିନା ଶାହାରୁଖଙ୍କ ସହିତ ପୁଣିଥରେ ଏକା ସାଙ୍ଗରେ ନଜର ଆସିବେ । ଏହା ପୂର୍ବରୁ ଜବ ତକ ହୈ ଜାନରେ ଏହି ତିନି ଜଣଙ୍କୁ ଦେଖିବାକୁ ମିଳିଥିଲା ।

ଅମୀର ଖାନଙ୍କ ଠଗ୍ସ ଅଫ ହିନ୍ଦୋସ୍ତାନର ସୁଟିଂ ଏବେ ମଧ୍ୟ ଜାରି ରହିଛି । ଫିଲ୍ମଟି ୨୦୦ କୋଟି ପାଖାପାଖି ବଜେଟରେ ନିର୍ମାଣ କରାଯାଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅମିତାଭ ଏବଂ ଅମୀର ପ୍ରଥମ ଥର ପାଇଁ ଏକା ସାଙ୍ଗରେ ବଡ଼ ପରଦାରେ ନଜର ଆସିବେ ।

ଭାରତୀୟ ସିନେମାରେ ଏପର୍ଯ୍ୟନ୍ତ ସବୁଠାରୁ ମହଙ୍ଗା ଫିଲ୍ମ ହେଉଛି ନିର୍ଦ୍ଦେଶକ ଶଙ୍କରଙ୍କ ୨.୦ । ଫିଲ୍ମଟି ପ୍ରାୟ ୪୮୦ କୋଟିରେ ନିର୍ମାଣ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More