Only for Entertainment

ଖାଦ୍ୟରେ ଯଦି ଚାହୁଁଛନ୍ତି ସାଉଥର ତଡକା, ତେବେ ପ୍ରସ୍ତୁତ କରନ୍ତୁ କେରଳର ପ୍ରସିଦ୍ଧ ଡିସ୍ ।

jansatta
0 52

ସାଉଥ ଇଣ୍ଡିଆନ ଖାଦ୍ୟକୁ ଯଦି ପସନ୍ଦ କରନ୍ତି ଏବଂ ଯଦି କିଛି ନୂଆ ରେସିପି ଖୋଜୁଛନ୍ତି ତେବେ ଆମେ ଆଜି ଆପଣଙ୍କୁ ଏକ ଖାସ ରେସିପି ବିଷୟରେ ବତାଇବୁ । ଇଟିଲି ଶାମ୍ବର ଖାଇ ଯଦି ମନ ଭରି ଗଲାଣି ତେବେ କେରଳର ପ୍ରସିଦ୍ଧ ଡିସ ପଟାଟୋ ସ୍ଟୂ ଆପଣ ଘରେ ପ୍ରସ୍ତୁତ କରିପାରିବେ । ଆପଣଙ୍କ ପାଇଁ ଏହା ଏକ ସମ୍ପୂର୍ଣ୍ଣ ନୂଆ ଡିସ ଅଟେ । ପଟାଟୋ ସ୍ଟୁ ମସଲା ଏବଂ ନଡିଆ କ୍ଷୀରରେ ପ୍ରସ୍ତୁତ କରାଯାଏ । ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତ ପ୍ରଣାଳୀ –

ଆବଶ୍ୟକୀୟ ସାମଗ୍ରୀ-

୨ଟି କଟା ଆଳୁ
୨ଟି କଟା ଗାଜର
୧କପ ମଟର
୧୦ଟି କଟା ହୋଇଥିବା ଫ୍ରେଂଚ ବିନ୍ସ
୧ଟି ପିଆଜ
ରସୁଣ ୪ପାଖୁଡା
ଅଦା ଗୋଟେ ଇଂଚ
୩ଟି କଂଚା ଲଙ୍କା
ଖଣ୍ଡେ ଡାଲଚିନି
୪ଟି ଲବଙ୍ଗ
ଏକ ଚାମଚ ଗୋଲମରିଚ
୪ଟି ଗୁଜୁରାତି
୨କପ ନଡିଆର ପତଳା କ୍ଷୀର
୧କପ ନଡିଆର ଗାଢ କ୍ଷୀର
୮ଟି ଭୃସଙ୍ଗ ପତ୍ର
ସ୍ୱାଦାନୁଯାୟୀ ଲୁଣ ଏବଂ ଚିନି

ସ୍ଟୂ ପ୍ରସ୍ତୁତ କରିବା ଲାଗି ପ୍ରଥମେ ରସୁଣ ଏବଂ ଅଦାକୁ ପେଷ୍ଟ କରି ଦିଅନ୍ତୁ । ଏବେ ଏକ ବାସନରେ ତେଲ ଗରମ କରନ୍ତୁ । ଏଥିରେ ସମସ୍ତ ଶୁଖର ମସଲା ପକାଇ ମଧ୍ୟମ ଆଂଚରେ ଫ୍ରାଏ କରନ୍ତୁ । ଯେତେବେଳେ ତେଲରୁ ମସଲାର ବାସ୍ନା ଆସିବାକୁ ଲାଗିବ ଏଥିରେ ଅଦା ରସୁଣ ପେଷ୍ଟ, ଲଙ୍କା ଏବଂ ପିଆଜ ପକାଇ ଫ୍ରାଏ କରନ୍ତୁ । ପିଆଜ ଗୋଲ୍ଡେନ ହେବା ପରେ ଏଥିରେ ପରିବା ପକାନ୍ତୁ । ଏହାପରେ ଏଥିରେ ନଡିଆର ପତଳା କ୍ଷୀର ପକାଇ ଗୋଳାନ୍ତୁ ଏବଂ ଚିନି ଏବଂ ଲୁଣ ଏଥିରେ ପକାନ୍ତୁ । ଏହାପରେ ଏହାକୁ ଘୋଡାଇ ଦିଅନ୍ତୁ । ଏବେ କମ ଆଂଚରେ ପରିବା ଗୁଡିକ ହେବା ଯାଏ ରଖନ୍ତୁ । ଏହି ପରିବା ସିଝି ଗଲା ପରେ ଆପଣ ଏଥିରେ ନଡିଆର ଗାଢ କ୍ଷୀର ପକାଇ ଗୋଳାନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ପଟାଟୋ ସ୍ଟୁ । ଏହାକୁ ଅଳ୍ପ ଥଣ୍ଡା କରି ପରଷନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More