Only for Entertainment

ଯେତେବେଳେ କ୍ଲବରେ ରଣବୀରଙ୍କୁ ଚାପୁଡ଼ା ମାରିଥିଲେ ସଲମାନ………….. ।

The Indian Express
43

ସଲମାନ ବଲିଉଡରେ ନିଜ ଅଭିନୟକୁ ନେଇ ଯେତେ ଲୋକପ୍ରିୟ ନିଜ କାରନାମାକୁ ନେଇ ମଧ୍ୟରେ ସେତିକି ପ୍ରସିଦ୍ଧ । କେତେବେଳେ ଐଶଙ୍କ ସହିତ ପ୍ରେମ ସଂପର୍କ ତ କେତେବେଳେ ମୃଗ ଶୀକାର ଘଟଣା । ତେବେ ଏହି ସମସ୍ତ ଘଟଣାତ ଆପଣ ଜାଣନ୍ତି, କିନ୍ତୁ ଏଭଳି କିଛି ଘଟଣା ଅଛି ଯାହା ସମସ୍ତେ ଜାଣିନଥାନ୍ତି । ଆଜ୍ଞା ହଁ ସେହିଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ସଲମାନ୍‌ ମୁମ୍ବାଇର ଏକ ଭିଆଇପି କ୍ଲବ୍‌ରେ ରଣବୀରଙ୍କୁ ଚାପୁଡ଼ା ମାରିଥିଲେ । ଏହି ସମୟରେ ଦୁହିଁଙ୍କ ସହ ଉପସ୍ଥିତ ଥିଲେ ଅଭିନେତା ସଞ୍ଜୟ ଦତ୍ତ । ଘଟଣା ଘଟିବା ସମୟରେ ରଣବୀର ଇଣ୍ଡଷ୍ଟ୍ରିରେ ଏତେ ଲୋକପ୍ରିୟ ନ ଥିଲେ । ସଲମାନ ନିଜର ଫିଲ୍ମ ‘ଓ୍ଵାଣ୍ଟେଡ୍‌’ର ସଫଳ ହେବା ଖୁସିରେ ପାର୍ଟି ଦେଉଥିବା ବେଳେ ଅନ୍ୟ କେହି ଜଣେ ଆସି ଦୁହିଁଙ୍କୁ ଦୁହିଁଙ୍କ ବିରୋଧରେ କହିଥିଲେ । ଏହା ପରେ ଦୁହେଁ ପରସ୍ପର ଉପରେ ରାଗିଯିବା ସହ ଝଗଡ଼ା ଆରମ୍ଭ ହୋଇ ଯାଇଥିଲା । ସଲମାନ ନିଜ ଉପରୁ ନିୟନ୍ତ୍ରଣ ହରାଇ ରଣବୀରଙ୍କୁ ଧକା ଦେଇ ଚାପୁଡ଼ା ମାରି ଦେଇଥିଲେ । ପରେ ସଞ୍ଜୟ ଦତ୍ତ ଦୁହିଁଙ୍କୁ ବୁଝାଇବା ପରେ ରଣବୀର ସେଠାରୁ ଚାଲି ଯାଇଥିଲେ । ଏହି ଘଟଣା ପରେ ସଲମାନ୍‌ଙ୍କ ବାପା ସଲିମ୍‌ ଖାନ୍‌ ରଣବୀର ଏବଂ ତାଙ୍କ ପରିବାର ଲୋକଙ୍କୁ ପରେ ଯାଇ କ୍ଷମା ମାଗିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More