ସୋହା ଅଲି ଖାନଙ୍କ ଜନ୍ମଦିନରେ ପହଂଚିଲେ ନାହିଁ ଭାଇ ସୈଫ ଓ ଭାଉଜ କରୀନା ।
ସୋହା ଅଲି ଖାନ ବୁଧବାର ରାତିରେ ମୁମ୍ବାଇର ଏକ ପ୍ରସିଦ୍ଧ ରେଷ୍ଟୁରାଂଟରେ ଜନ୍ମଦିନ ପାର୍ଟି ଦେଇଛନ୍ତି । କରଣ ଜୋହରଙ୍କ ଠାରୁ ଆରମ୍ଭ କରି ନେହା ଧୂପିଆଙ୍କ ପର୍ଯ୍ୟନ୍ତ ଷ୍ଟାରମାନେ ଯୋଗ ଦେଇଥିଲେ । କିନ୍ତୁ ଭାଇ ସୈଫ ଓ ଭାଉଜ କରୀନା ପହଂଚି ନଥିଲେ । କରୀନା ସାଧାରଣ ଭାବରେ ପାର୍ଟି ମାନଙ୍କରେ ନଜର ଆସନ୍ତି । କିନ୍ତୁ ନଣଦ ସୋହାଙ୍କ ଜନ୍ମଦିନ ପାର୍ଟିରେ ପହଂଚି ନଥିଲେ । ଏହାର କାରଣ ହେଉଛି ସେମାନଙ୍କ ଜେଜେମା କୃଷ୍ଣା ରାଜ । କପୁର ପରିବାର କୃଷ୍ଣାଙ୍କ ନିଧନରେ ଦୁଃଖିତ ଅଛନ୍ତି ।