Only for Entertainment

ଫିସ ପେଡିକ୍ୟୋର କରି ଫସିଗଲେ ମହିଳା, ୨ ବର୍ଷ ପରେ ଆଙ୍ଗୁଠି କଟାଗଲା ।

punjabkesari
48

ପାଦର ସୌନ୍ଦର୍ଯ୍ୟ ବଢାଇବା ପାଇଁ ଆଜିକାଲି ଅଧିକାଂଶ ଫିସ ପେଡିକ୍ୟୋର କରୁଛନ୍ତି । କିନ୍ତୁ ନିକଟରେ ଏହି ଇଛା ଜଣେ ମହିଳାଙ୍କୁ ଭାରି ପଡ଼ିଛି । ଯାହାକୁ କରି ମହିଳା ଜଣକ ବିପଦକୁ ଡାକି ଆଣିଛନ୍ତି ।

ବାସ୍ତବରେ ଥାଇଲ୍ୟାଣ୍ଡ ଯାତ୍ରା କରିବାକୁ ଯାଇଥିବା ଜଣେ ମହିଳା ସେଠାରେ ଫିସ ସ୍ପା ନେଲେ । ଘରକୁ ଫେରିବା ପରେ ତାଙ୍କୁ ଖୁବ ଜ୍ୱର ହୋଇଗଲା । ଏହାପରେ ସେ ଡାକ୍ତରଙ୍କୁ ଦେଖାଇଲେ । ଯାହାପରେ ଦୁଇ ବର୍ଷ ପର୍ଯ୍ୟନ୍ତ ତାଙ୍କର ଚିକିତ୍ସା ଚାଲିଲା । କିନ୍ତୁ ଯେତେବେଳେ କୌଣସି ସଫଳତା ମିଳିଲା ନାହିଁ ଡାକ୍ତରଙ୍କୁ ଅପରେସନ ମାଧ୍ୟମରେ ମହିଳାଙ୍କ ଡାହାଣ ଗୋଡ଼ର ଆଙ୍ଗୁଠି କାଟିବାକୁ ପଡ଼ିଲା ।

ମହିଳାଙ୍କ କହିବା ଅନୁସାରେ ସେ ଥାଇଲ୍ୟାଣ୍ଡ ଯିବା ପରେ ଫିସ ସ୍ପା ନେବା କଥା ଭାବୁଥିଲେ, କିନ୍ତୁ ପାର୍ଲର ମାଲିକ ତାଙ୍କୁ ଫିସ ପେଡିକ୍ୟୋର ନେବାକୁ କହିଲେ ଏବଂ ସେ ରାଜି ହୋଇଗଲେ । କିନ୍ତୁ ସେମାନେ ପାଣି ପରିଷ୍କାର କରିନଥିବାରୁ ସଂକ୍ରମଣ ହୋଇଗଲା ।

କହିରଖୁଛୁ ଏହି ଥେରାପି ମାଛମାନେ ଆପଣଙ୍କ ପାଦରେ ଥିବା ମୃତ କୋଷିକାଙ୍କୁ ଖାଇଦିଅନ୍ତି, ଯାହା ଦ୍ୱାରା ପାଦ କୋମଳ ହୁଏ । କିନ୍ତୁ ଯଦି ପାଣି ପରିବର୍ତ୍ତନ ହୋଇନଥାଏ, ତେବେ ସାମାନ୍ୟ ଖଣ୍ଡିଆ ହୋଇଗଲେ ସଂକ୍ରମଣ ହୋଇଯାଏ । ଯେଉଁଭଳି ଘଟଣା ଏହି ମହିଳାଙ୍କ ନିକଟରେ ଦେଖାଦେଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More