Only for Entertainment

କାହିଁକି ହଳଦିଆ ରଙ୍ଗକୁ ଶୁଭ ବୋଲି କୁହାଯାଏ?

Professional Moron
71

ରଙ୍ଗ କହିଲେ ସବୁ ରଙ୍ଗ ବ୍ୟବହାର କରିବାକୁ ଭଲ ଲାଗେ । ଏହା ମଧ୍ୟରୁ କେହି କେହି କିଛି ନିର୍ଦ୍ଦିଷ୍ଟ ରଙ୍ଗକୁ ଭଲ ପାଆନ୍ତି । କିନ୍ତୁ ଏତେ ରଙ୍ଗ ଥାଉ ଥାଉ କେବଳ ହଳଦିଆ ରଙ୍ଗ ଶୁଭ ବୋଲି କାହିଁକି ମାନ୍ୟତା ରହିଛି, ଆସନ୍ତୁ ଆଲୋଚନା କରିବା ।

ହଳଦିଆ ରଙ୍ଗ ଶରୀରର ହଜମ ପ୍ରକିୟା, ରକ୍ତ ସଞ୍ଚାର ଓ ଚକ୍ଷୁକୁ ସିଧାସଳଖ ପ୍ରଭାବିତ କରିଥାଏ। ଏହି ରଙ୍ଗ ଦ୍ୱାରା ମନର ଭାବନାରେ ମଧ୍ୟ ପରିବର୍ତ୍ତନ ହୋଇଥାଏ। ଶାସ୍ତ୍ର ଅନୁସାରେ, ଦଳଦିଆ ବୃହସ୍ପତିଙ୍କ ମୁଖ୍ୟ ରଙ୍ଗ ଅଟେ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ହଳଦିଆ ରଙ୍ଗ ଜୀବନରେ ସ୍ୱଚ୍ଛତା ଆଣିଥାଏ। ମନରେ ଉତ୍ସାହ ସୃଷ୍ଟି କରିବା ସହ ନକାରାତ୍ମକ ଚିନ୍ତାଧାରାକୁ  ଦୂର କରିଥାଏ। ଏହି ରଙ୍ଗର ବ୍ୟବହାର ଦ୍ୱାରା ଜ୍ଞାନ ବୃଦ୍ଧି ହେବା ସହ ମନରୁ ଖରାପ ବିଚାର ମଧ୍ୟ ଦୂର ହୋଇଥାଏ। ଅନ୍ୟର ଖରାପ ନଜରରୁ ମଧ୍ୟ ଏହି ରଙ୍ଗ ମନ ଓ ଶରୀରକୁ ସୁରକ୍ଷା ଦେଇଥାଏ।

 ହଳଦିଆ ରଙ୍ଗକୁ ପୂଜା ସ୍ଥାନ ଓ ପଢ଼ା ଘରେ ବ୍ୟବହାର ପାଇଁ ଜ୍ୟୋତିଷ ଶାସ୍ତ୍ରରେ ପରାମର୍ଶ ଦିଆଯାଇଛି। ଘରର ବାହାର କାନ୍ଥରେ ହଳଦିଆ ରଙ୍ଗ ବ୍ୟବହାର କରିବା ଶୁଭ ବୋଲି କୁହାଯାଏ। ଏହା ସହ ନକାରାତ୍ମକ ଶକ୍ତି ଠାରୁ ସୁରକ୍ଷା ପାଇବା ପାଇଁ ହଳଦିଆ ରଙ୍ଗର ରୁମାଲ ମଧ୍ୟ ବ୍ୟବହାର କରାଯାଇ ପାରିବ। ଏହ ସହ ହଳଦିର ଟିକା ଲଗାଇବା ଦ୍ୱାରା ମନ ଶାନ୍ତ ଓ ଶୁଦ୍ଧ ରହିଥାଏ।

 ହଳଦିଆ ରଙ୍ଗର ଅଧିକ ବ୍ୟବହାର ଦ୍ୱାରା ପାଚନ ତନ୍ତ୍ର ଉପରେ ଖରାପ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ଏହା ଆଖି ଓ ମୁଣ୍ଡଜନିତ ସମସ୍ୟା ସୃଷ୍ଟି କରିପାରେ। ଏହା ସହ କୁହାଯାଏ ଯେ ହଳଦିଆ ରଙ୍ଗର ବ୍ୟବହାର ଦ୍ୱାରା ବେଳେ ବେଳେ ମନରେ ଅହଂଭାବ ସୃଷ୍ଟି ହୋଇଥାଏ। ଏହାସହ ଏହି ରଙ୍ଗ ନିଦ୍ରାରେ ମଧ୍ୟ ସମସ୍ୟା ସୃଷ୍ଟି କରିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More