Only for Entertainment

ଏହି ଓକିଲ ଲଢିଥିଲେ ମୁମ୍ବାଇ ଆଟାକ ମାମଲା କେସ, ଏବେ ପର୍ଯ୍ୟନ୍ତ ମିଳିନାହିଁ ଫିସ !

India Today
50

ନଭେମ୍ବର ୨୬ ,୨୦୦୮ ଦେଶର ସମସ୍ତ ମିଡିଆ ଚ୍ୟାନେଲରେ ଗୋଟିଏ ଖବର ମୁମ୍ବାଇରେ ୧୦ଜଣ ଆତଙ୍କବାଦୀ ପଶିଛନ୍ତି । ମୁମ୍ବାଇ ଆଟାକକୁ ୧୦ବର୍ଷ ହୋଇଗଲାଣି । ୧୬୬ଜଣ ଲୋକ ଏହି ଆଟାକ୍ ରେ ମୃତ୍ୟୁବରଣ କରିଥିଲେ । ଏହି ହମଲାରେ ୧୦ଜଣ ଆତଙ୍କବାଦ ଥିଲେ । ୯ଜଣଙ୍କର ମୃତ୍ୟୁ ହୋଇଯାଇଥିଲା , ମାତ୍ର ଜଣେ ବଂଚିଥିଲା ସେ ହେଉଛି ଅଜମଲ କସାବ । ଯାହାକୁ ମୁମ୍ବାଇ ପୁଲିସ ଗିରଫ କରିଥିଲେ । ଆମ ସମ୍ବିଧାନରେ ସମସ୍ତଙ୍କୁ ନିଜ ମତ ରଖିବା ଲାଗି ଅଧିକାର ଦିଆଯାଇଛି । ମୁମ୍ବାଇ ହାଈକୋର୍ଟ ନିର୍ଦ୍ଦେଶ କ୍ରମେ କସାବଙ୍କ ପାଇଁ ୨ଜଣ ଓକିଲ ଲଢିଥିଲେ । ଖବର ମୁ୍ତାବକ ୧୦ବର୍ଷ ବିତି ଯାଇଥିଲେ ସୁଦ୍ଧା ଏବେ ଯାଏଁ ଏହି ଦୁଇ ଓକିଲଙ୍କୁ ଏହି ମାମଲା ଲଢିଥିବା ଫିସ ମିଳିନାହିଁ ।

ସେ ସମୟରେ କାର୍ଯ୍ୟବାହକ ମୁଖ୍ୟ ଥିଲେ ନ୍ୟାୟାଧିଶ ଜେ ଏନ ପଟେଲ । ଦୁହେଁ କସାବ ତରଫରୁ ଲଢିଥିଲେ । ସେମାନେ ହେଉଛନ୍ତି ଅମୀନ ସୋଲକର ଏବଂ ଫରହାନା ଶାହ । ଉଚ୍ଚନ୍ୟାୟାଳୟ ନିଷ୍ପତ୍ତି ଦେବା ୭ବର୍ଷ ହେବା ପରେ ମଧ୍ୟ ଏବେ ପର୍ଯ୍ୟନ୍ତ ରାଜ୍ୟ ସରକାର ଏହି ଦୁଇ ଓକିଲଙ୍କୁ ତାଙ୍କ ଫିସ ଦେଇନାହିଁ ।

ଏହାପରେ ନ୍ୟାୟାପାଳିକା ବିଭାଗକୁ ଏ ସମ୍ପର୍କରେ ପଚରା ଯିବାରୁ ସେ କହିଛନ୍ତି ଏବେ ପର୍ଯ୍ୟନ୍ତ ଦୁହେଁ ବିଲ ଜମା କରି ନାହାନ୍ତି । ମାତ୍ର ତଳ କୋର୍ଟ କର୍ମଚାରୀ କହିଛନ୍ତି ତାଙ୍କ ଫିସ ସରକାର ଦେଇ ସାରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More