Only for Entertainment

୪୭ ବର୍ଷିୟ ମହିଳା ଛାଡପତ୍ରରେ ଖୁସି ହୋଇ କରାଇଲେ ଫଟୋସୁଟ, ଭାଇରାଲ ହେବାରେ ଲାଗିଛି ଫଟୋ

India
54

ବିବାହ ବନ୍ଧନକୁ ପବିତ୍ର ବନ୍ଧନ ଭାବେ ଗ୍ରହଣ କରାଯାଇଥାଏ । ଅନେକ ସମୟରେ ଛୋଟମୋଟ୍‍ କାରଣରୁ ଏହି ବୈବାହିକ ଜୀବନରେ ଫାଟ ସୃଷ୍ଟି ହୁଏ ଏବଂ ଛାଡପତ୍ର ପର୍ଯ୍ୟନ୍ତ କଥାଯାଏ । ଛାଡପତ୍ର ପରେ ଅନେକ ଖୁସି ହୁଅନ୍ତି ଏବଂ ଅନେକ ଦୁଃଖ ଓ ଅନୁତାପ ମଧ୍ୟ କରନ୍ତି ।

ତେବେ ସୋସିଆଲ ମିଡିଆରେ ଏବେ ଜଣେ ମହିଳାଙ୍କ ଛାଡପତ୍ର ଉତ୍ସବ ବେଶ ଭାଇରାଲ ହେଉଛି । ୪୭ ବର୍ଷିୟ ମେରୀ ଲୋଲିସ୍‍ ନାମକ ଏହି ମହିଳା ଜଣଙ୍କ ନିଜ ସ୍ୱାମୀଙ୍କୁ ଛାଡପତ୍ର ଦେବା ପରେ ବେଶ ଖୁସି ହୋଇପଡିଥିଲେ । ଏଥିପାଇଁ ସେ ଏକ ସ୍ୱତନ୍ତ୍ର ଫଟୋ ସୁଟ୍‍ର ଆୟୋଜନ ମଧ୍ୟ କରିଥିଲେ । କ୍ୟାମେରା ଆଗରେ ଲୋଲିିସ୍‍ ନିଜ ଛାଡପତ୍ର ପ୍ରମାଣ ସହ ଫଟୋ ଉଠାଇଥିଲେ ଏବଂ ପୂର୍ବ ବିବାହର ସବୁ ସ୍ମୃତିକୁ ନିଆଁ ଲଗାଇ ପୋଡିଦେଇଥିଲେ । ପରେ ଏହିସବୁ ଘଟଣାକୁ ନିଜ ଟୁଇଟର ଆକାଉଣ୍ଟରେ ଛାଡିଥିଲେ ।

ଲୋଲିସ୍‍ଙ୍କ କହିବା ଅନୁସାରେ ଜୀବନର ପ୍ରତିଟି ସମ୍ପର୍କକୁ ଯୋଡିବା ଏବଂ ଭାଙ୍ଗିବା ସମୟରେ ଉତ୍ସାହିତ କିମ୍ବା ହତୋତ୍ସାହିତ ନହୋଇ ଉତ୍ସାହ ଭାବେ ଏହାକୁ ପାଳନ କରିବା ଦରକାର । ମୁଁ ଦେଖିବାକୁ ଚାହୁଁଛି ଯେ, ଅନ୍ୟ ମହିଳାମାନେ ମଧ୍ୟ ମୋ ଭଳି ଛାଡପତ୍ର ପରେ ଦୁଃଖି ନହୋଇ ଖୁସି ରୁହନ୍ତୁ । ପ୍ରତିଟି ମୁହୂର୍ତ୍ତକୁ ଭଲ ପାଆନ୍ତୁ, ଉତ୍ସବ ଭଳି ପାଳନ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More