ୱେବ ସିରିଜ ‘କାଫିର’ରେ ଡିଟିଟାଲ ଡେବ୍ୟୁ କରିବେ ଦିୟା ମିର୍ଜା, ମୋହିତ ରୈନାଙ୍କ ସହିତ ଆସିବେ ନଜର
ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା ନିଜର ୱେବ ସିରିଜ ‘କାଫିର’ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ଦିୟା ମିର୍ଜା ସୋସିଆଲ ମିଡିଆରେ ଏକ ସୁନ୍ଦର ପାହାଡ ଅଞ୍ଚଳର ଫଟୋ ସେୟାର କରି ଲେଖିଛନ୍ତି କି, ‘ଏଠାରେ ଯାହା ଆରମ୍ଭ ହେବାକୁ ଯାଉଛି ବାସ୍ତବରେ ସେ ବହୁତ ଖାସ ଅଟେ । ଆପଣଙ୍କୁ ବହୁତ ଜଲଦି କହିବି କ’ଣ ହେବାକୁ ଯାଉଛି । ସେତବେଳ ପର୍ଯ୍ୟନ୍ତ ମୋତେ ମୋ ଦେଶର ସମସ୍ତ ସୁନ୍ଦରତାକୁ ଉପଭୋଗ କରିବାକୁ ଦିଅନ୍ତୁ’ ।
ଦିୟା ଶେଷ ଥର ପାଇଁ ରଣବୀର କପୁରଙ୍କୁ ସଂଜୁ ସିନେମାରେ ଦମଦାର ଅଭିନୟ କରିଥିଲେ । ସେ ବହୁତ ଶୀଘ୍ର ‘କାଫିର’ର ସୁଟିଂ ଆରମ୍ଭ କରିବେ । ସୋନମ ନାୟରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ସିଦ୍ଧାର୍ଥ ମଲହୋତ୍ରା ଦ୍ୱାରା ନିର୍ମିତ ‘କାଫିର’ ଜୀ-୫ରେ ଦେଖିବାକୁ ମିଳିବ । ଦିୟାଙ୍କୁ ଏହି ୱେବ ସିରିଜରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ନିଜ ଭୂମିକାକୁ ଜୀବନ୍ତ କରିବା ପାଇଁ ସେ ନିର୍ଦ୍ଦେଶକ ଅତୁଲ ମୋଙଙ୍ଗିଆଙ୍କ ସହିତ କାମ କରୁଛନ୍ତି ।
ଦିୟା କହିଛନ୍ତି କି, ଅତୁଲଙ୍କ ସହିତ କାମର କରିବା ଏକ ଅଦ୍ଭୁତ ଅନୁଭବ ଥିଲା । ମୁଁ କରିଥିବା ଚରିତ୍ର ମଧ୍ୟରୁ ବର୍ତମାନ ପର୍ଯ୍ୟନ୍ତ ଏହା ସବୁଠାରୁ ଚ୍ୟାଲେଞ୍ଜ ପୂର୍ଣ୍ଣ ଅଟେ ଓ ମୁଁ ଏପରି କାହାଣୀର ଅଂଶ ହୋଇଥିବାରୁ ନିଜକୁ ବହୁତ ଭାଗ୍ୟଶାଳୀ ଅନୁଭବ କରୁଛି । ଏହି ସିରିଜରେ ଦିୟାଙ୍କ ସହ ‘ଦେବୋଁ କି ଦେବ ମହାଦେବ’ ଫ୍ରେମ ମୋହିତ ରୈନା ମଧ୍ୟ ନଜର ଆସିବେ । ଏହା ଏକ ସତ୍ୟ ଘଟଣା ଉପରେ ଆଧାରିତ ।