Only for Entertainment

ପ୍ରେମ କଲେ ୫ ପ୍ରକାର ଫାଇଦା ହୁଏ ! ଜାଣନ୍ତୁ କେମିତି ?

Steemit
0 135

କଥାରେ ଅଛି ଦିଲ୍ଲୀକା ଲଡୁ ଯିଏ ଖାଇଲା ପସ୍ତେଇଲା । ଯିଏ ନଖାଇଲା ବି ପସ୍ତେଇଲା । ଯାହାର ପ୍ରେମିକା ଅଛି ସେ ବି ଟେନସନରେ । ଯାହାର ନାହିଁ ସେ ବି ଅଧିକ ଟେନସନରେ । ଆଜିକାଲି ସମସ୍ତେ ଚାହାଁନ୍ତି ପ୍ରେମ କରିବାକୁ । ଯୁବକଟିଏ ଭଲ ପ୍ରେମିକା କରିବାକୁ ମନେ ମନେ ସୁଯୋଗ ଖୋଜିଥାଏ ।
ଯେମିତି ଗୋଟେ ଜିନିଷର ଦୁଇଟି ଦିଗ ଥାଏ । ଗୋଟେ ଲାଭ ଓ ଅନ୍ୟଟି କ୍ଷତି । ସେହିପରି ପ୍ରେମ କଲେ ବି ଲାଭ ଓ କ୍ଷତି ରହିଥାଏ । କିନ୍ତୁ ଫାଇଦା କଣ ହୁଏ ସେ ବିଷୟରେ ଆମେ ଜାଣିବା । ଏହା ସେତେବେଳେ ଜଣାପଡେ ଯେତେବେଳେ ଜଣେ ଝିଅ ନିଜର ହୋଇଯାଏ ।

  • ଖୁସି ଅନୁଭବ ହୋଇଥାଏ
    ପ୍ରେମିକା ଜୀବନରେ ଖୁସି ଭରିଦେଇଥାଏ । ମନର କ୍ଲାନ୍ତିକୁ ଦୂର କରିଦେଇଥାଏ । ଲୋକଙ୍କୁ ଭଲ ପାଇବା ଶିଖାଇଥାଏ ।
  • ପ୍ରତି କାମ କରିବାରେ ଉତ୍କଣ୍ଠା ଆସେ
    ପ୍ରେମ କଲେ ପ୍ରତି କାମ ଖୁସିରେ ଖୁସିରେ ହୋଇଯାଏ । ନିଜର କାମ ଖୁବ୍ ଯତ୍ନର ସହ କରିବାକୁ ଇଚ୍ଛା ହୋଇଥାଏ ।
  • ବ୍ୟକ୍ତିତ୍ୱରେ ଭିନ୍ନତା ପରିଲିଖିତ ହୁଏ
    ପ୍ରେମ କରିବା ବ୍ୟକ୍ତିର ଗୋଟେ ବଡ ଫାଇଦା ଏୟା ଯେ ତାର ବ୍ୟକ୍ତିତ୍ୱରେ ଏକ ଅଲଗା ପରିଚୟ ସୃଷ୍ଟି ହୁଏ । ପ୍ରେମ ବ୍ୟକ୍ତିତ୍ୱକୁ ଆହୁରି ଆଗକୁ ନେଇଯାଏ । ପ୍ରଗାଢ କରିଥାଏ ।
  • ଭଲ କ୍ୟାରିୟର ପାଇଁ ଯତ୍ନବାନ କରାଏ
    ନିଜର କ୍ୟାରିୟରକୁ ଆଗକୁ ନେବା ପାଇଁ ପ୍ରେମିକାର ପ୍ରେରଣା ଔଷଧ ଭଳି କାମକରିଥାଏ । ଲକ୍ଷ୍ୟ ସ୍ଥଳୀରେ ପହଁଚିବା ପାଇଁ ସାହସ ଦେଇଥାଏ ପ୍ରେମ ।
  • ଗୁଣର ବିକାଶ ହୋଇଥାଏ
    ପ୍ରେମ କଲେ ନିଜର ଭୁଲଭଟକାରେ ସୁଧାର ଆସିଥାଏ । ମନରୁ ନକରାତ୍ମକ ଭାବନା ଦୂର ହୋଇଥାଏ । କାହାର ଅନିଷ୍ଟ କରିବାରୁ ବଂଚିତ ହୋଇଥାଉ । ନିଜର କର୍ତବ୍ୟ ବିଷୟରେ ସଚେତନ କରିଥାଏ ପ୍ରେମ । ଆଉ ଏସବୁ ଜଣେ ପ୍ରେମିକାର ପ୍ରଶଂସା ଓ ପ୍ରେରଣାରେ ହୋଇଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More