Only for Entertainment

୯୬ ବର୍ଷରେ ପରୀକ୍ଷାରେ ଟପ କରି ଉଦାହରଣ ସାଜିଲେ ମହିଳା,୧୦୦ରୁ ରଖିଲେ ୯୮ ।

punjab keasri
31

ବାଧା ଦେଇନାହିଁ ବୟସ । ଭାଙ୍ଗିଯାଇନାହିଁ ଆତ୍ମବିଶ୍ୱାସ । ପଛରେ ଛାଡ଼ି ଆସିଛନ୍ତି ସମସ୍ତ ବାଧାବିଘ୍ନ । କାରଣ ହେଉଛି ଆଗକୁ ଯିବାର ଇଛା । ଜୀବନରେ କିଛି କରି ଦେଖାଇବାର ଇଛା । ଆଜ୍ଞା ହଁ ଆପଣ ମଧ୍ୟ ଜାଣିଥିବେ ବୟସ ସରିଗଲେ ପଢାରେ କିଏ ବା ମନ ଦିଏ । ଧୀରେ ଧୀରେ ମନ ପଢାରୁ ନିବୃତ୍ତ ହୋଇ ଚାଲିଯାଏ ଜୀବନର ବ୍ୟସ୍ତବହୁଳତା ମଧ୍ୟକୁ । ଏହା ମଧ୍ୟରେ ସମୟ ହୁଏ ନାହିଁ ପଢିବା ପାଇଁ । କିନ୍ତୁ ନିକଟରେ ଏଭଳି ଏକ ଦୃଶ୍ୟ ସାମ୍ନାକୁୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି,ଆଉ ବାଧ୍ୟ କରିଛି ସେହି ମହିଳାଙ୍କୁ ଧନବ୍ୟାଦ ଅର୍ପଣ କରିବା ପାଇଁ ।

୯୬ ବର୍ଷୀୟା କାର୍ତ୍ତିୟାନୀ ଅମ୍ମା ଯେ କେବଳ କେରଳର ଅଲପୁଝା ଜିଲ୍ଲାରେ ରାଜ୍ୟ ସାକ୍ଷରତା ମିଶନ ଅଧୀନ ସାକ୍ଷରତା କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ତାହା ନୁହେଁ ବରଂ ଏହି କାର୍ଯ୍ୟକ୍ରମରେ ଟପ ମଧ୍ୟ କରିଛନ୍ତି । ଅମ୍ମା ୧୦୦ ପ୍ରତିଶତରୁ ୯୮ ସଂଖ୍ୟା ହାସଲ କରିଛନ୍ତି ।

୪୨,୯୯୩ ଲୋକ ଏହି ପରୀକ୍ଷାରେ ପାସ କରିଛନ୍ତି । ଏହି ପରୀକ୍ଷାରେ ପଢିବା ଲେଖିବା ସହିତ ଗଣିତ ମଧ୍ୟ ସାମିଲ କରାଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More