ତ୍ୱଚାର ଚମକ ବଢାଇଥାଏ ଟାମାଟୋ, ଜାଣନ୍ତୁ କିପରି କରିବେ ବ୍ୟବହାର
ବଜାରରେ ମିଳୁଥିବା ପ୍ରଶାଧନ ସାମଗ୍ରୀ ଅପେକ୍ଷା ଘରୋଇ ଉପଚାରକୁ ଆପଣାଇବା ବେଶ ଫାଇଦାମନ୍ଦ ହୋଇଥାଏ । ରୋଷେଇ ଘରେ ଏପରି ଅନେକ ସାମଗ୍ରୀ ରହିଛି ଯାହା ଆମ ଶରୀରର ତ୍ୱଚାକୁ ସତେଜ ରଖିବାରେ ସାହାର୍ଯ୍ୟ କରିଥାଏ । ଏପରି ଏକ ସାମଗ୍ରୀ ହେଉଛି ଟମାଟୋ । ଯାହାକୁ ସୁପରଫୁଡ ମଧ୍ୟ କୁହାଯାଏ ।
- ଯଦି ଆପଣଙ୍କ ମୁହଁ ଶୁଖିଲା ଦିଶୁଛି ଏବଂ ଫାଟୁଛି ତେବେ ଟମାଟୋ ଜୁସ୍ ପିଇବା ବେଶ ଭଲ । ଏହାକୁ ମଧ୍ୟ ମୁହଁରେ ଲଗାଇପାରିବେ ।
- ଟମାଟୋ ଜୁସ୍ ଚେହେରାରେ ଏଷ୍ଟ୍ରୋଜେଣ୍ଟ ଭାବେ କାମ କରିଥାଏ । ଗୋଟିଏ ବଡ଼ ଚାମଚ୍ ଟମାଟୋ ଜୁସ୍ରେ ୪/୫ବୁନ୍ଦା ଲେମ୍ବୁରସ ପକାଇ ତାକୁ ପ୍ରଥମେ ମୁହଁରେ ଲଗାନ୍ତୁ, କିଛି ସମୟ ପରେ ଗରମ ପାଣିରେ ଏହାକୁ ଧୋଇଦିଅନ୍ତୁ । ଦେଖିବେ ମୁହଁରୁ ଫାଟ ଦୂର ହୋଇଯିବ ।
- ମୁହଁରେ ବ୍ଲାକ୍ ସ୍ପଟ ଦେଖାଯାଉଥିଲେ ସେହି ସ୍ଥାନରେ ଟମାଟୋ ସ୍ଲାଇସ୍ ଲଗାନ୍ତୁ ।
- ବିଭିନ୍ନ ଗବେଷଣା ଅନୁସାରେ ଟମାଟୋ ପ୍ରାକୃତିକ ସନସ୍କ୍ରିନ୍ ଭାବେ କାମ କରିଥାଏ । ଏଥିରେ ଥିବା ଆଣ୍ଟିଅକ୍ସିଡେଣ୍ଟ ସୂର୍ଯ୍ୟଙ୍କ ବାଇଗଣି ରଶ୍ମିରୁ ତ୍ୱଚାକୁ ସୁରକ୍ଷା ଦେଇଥାଏ । ଟମାଟୋ ତନ୍ତୁ ଭିତ୍ତିକ ସମସ୍ୟା (ସେଲୁଲାର ଡ୍ୟାମେଜ) ସହ ଲଢିବାର କ୍ଷମତା ରଖିଛି ।
- ଟମାଟୋରେ ଥିବା ଏସିଡ ମୁହଁରେ ବ୍ରଣକୁ କମ୍ କରିବାରେ ସହଯୋଗ କରିଥାଏ ଏବଂ ମୁହଁକୁ ସଫା ରଖିଥାଏ ।