Only for Entertainment

୨୦୦ଟଙ୍କାର କରଜ ସୁଝିବା ପାଇଁ ୨୨ ବର୍ଷ ପରେ ଭାରତ ଫେରିଲେ ସାଂସଦ !

latestly
27

ଔରଙ୍ଗାବାଦରୁ ଏକ ଆଶ୍ଚର୍ଯ୍ୟ କରିଦେବା ପରି ଘଟଣା ସାମ୍ନାକୁ ଆସିଛି । କେନ୍ୟାର ଜଣେ ସାଂସଦ ୨୨ ବର୍ଷ ପୂର୍ବେ ନେଇଥିବା ୨୦୦ ଟଙ୍କା ଧାର ସୁଝିବା ପାଇଁ ଭାରତ ଫେରିଛନ୍ତି ।

ଅସଲରେ କେନ୍ୟାର ନ୍ୟାତିବାରୀ ସାଂସଦ ରିଚାର୍ଡ ନ୍ୟାଗାକା ଟୋଙ୍ଗୀ ୧୯୮୫-୧୯୮୯ ମଧ୍ୟରେ ଔରଙ୍ଗାବାଦର ଏକ ଲୋକାଲ କଲେଜରେ ପଢୁଥିଲେ । ସେହି ସମୟରେ ସେ ଜଣେ ଦୋକାନୀଙ୍କ ପାଖରେ ୨୦୦ ଟଙ୍କାର କରଜ କରିଥିଲେ । ସେହି କରଜ ଟଙ୍କାକୁ ସୁଝିବା ପାଇଁ ସେ ୨୨ ବର୍ଷ ପରେ ଭାରତ ଫେରିଛନ୍ତି ।

ରାଚାର୍ଡ କହିଛନ୍ତି ଯେ, ’୨୨ ବର୍ଷ ପୂର୍ବେ ମୁଁ ୨୦୦ ଟଙ୍କାର କରଜ କରିଥିଲି ମାତ୍ର ଏହାକୁ ସୁଝି ପାରିନଥିଲି । ସେମାନେ ମୋତେ ଭଲ ଖାଇବା ଦେଇଥିଲେ ମାତ୍ର ମୁଁ ସେତେବେଳେ ପଇସା ଦେଇପାରି ନଥିଲି । ଯେବେ ମୋର ବିବାହ ହୋଇଥିଲା ମୁଁ ପ୍ରତିଜ୍ଞା କହିଥିଲି ଯେ ମୁଁ ଭାରତ ଆସି ଏହି ପଇସା ସୁଝିବି । ଏବେ ମୋ ମନକୁ ଶାନ୍ତି ମିଳିଲା ।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More