Only for Entertainment

ସଂସଦରେ ପଶି ଚହଳ ସୃଷ୍ଟି କଲା ସାପ, କାର୍ଯ୍ୟ ସ୍ଥଗିତ

punjabkeshari
86

ଏପର୍ଯ୍ୟନ୍ତ ଆପଣ ଅଳିଆ ଗଦା, ବୁଦା ଓ ଜଙ୍ଗଲ ଆଦିରେ ସାପ ଦେଖିଥିବେ ଏବଂ ଏହା ସାଧାରଣ କଥା । ଆଜିିକାଲି ଛାତ ଉପରେ ଓ ଟଏଲେଟ ଆଦିରେ ମଧ୍ୟ ସାପ ପଶି ଲୋକଙ୍କୁ ଡରାଇ ଦେଉଛନ୍ତି । କିନ୍ତୁ ନିକଟରେ ଏଭଳି ଏକ ଘଟଣା ଘଟିଛି ଯାହା ଖୁବ ଆଶ୍ଚର୍ଯ୍ୟକର । ମଙ୍ଗଳବାରକୁ ନାଇଜେରିଆର ସଂସଦରେ ଏକ ରୁମ ଛାତରୁ ସାପ ବାହାରି ଆସିଲା । ସାପକୁ ଦେଖି ସମସ୍ତେ ହଡ଼ବଡ଼ ହୋଇଗଲେ ଏବଂ ଚାରିଆଡ଼େ ଚହଳ ସୃଷ୍ଟି ହୋଇଗଲା । ଯାହାପରେ ତରତର ହୋଇ ସମସ୍ତେ ବାହାରକୁ ବାହାରିଗଲେ । ପ୍ରବକ୍ତା ଓଲୁଗବେଙ୍ଗା ଓମୋଲଙ୍କ କହିବା ଅନୁସାରେ ସେମାନେ ଏକ ଜରୁରୀ ବୈଠକ ପାଇଁ ପ୍ରବେଶ କରୁଥିଲେ । ତେବେ ଏହାର କାରଣ ଠିକ ସମୟରେ ମରାମତି ନକରିବା ଏବଂ ଟଙ୍କାର ଅଭାବ ବୋଲି କହିଛନ୍ତି ଓମୋଲ । ଏହି ଚ୍ୟାମ୍ବର ଏବେ ସୁରକ୍ଷିତ ନଥିବା ମଧ୍ୟ କହିଛନ୍ତି ଓମୋଲ । ତେଣୁ ଅନିଶ୍ଚିତ କାଳ ପାଇଁ ସଭାକୁ ସ୍ଥଗିତ ରଖାଯିବ ।

ଏହା ପୂର୍ବରୁ ସେହି ପରିସରରେ ଥିବା ଗଛ ବୁଦା ଆଦିରେ ମୂଷା ଏବଂ ଅନ୍ୟ ଜୀବ ଦେଖା ଯାଉଥିବାର ଅଭିଯୋଗ ଆସିଥିଲା । କିନ୍ତୁ ସାପ ବାହାରିବା ପ୍ରଥମ ଥର । ତେବେ ଏହି ସ୍ଥାନର ମରାମତି ନ ହେବା ପର୍ଯ୍ୟନ୍ତ କେହି ସଂସଦକୁ ଆସିବେ ନାହିଁ ବୋଲି କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More