Only for Entertainment

ବର୍ଥଡେ ପାର୍ଟି ସେଲିବ୍ରେଟ କରିବା ପାଇଁ ପରିବାର ସହ ପହଂଚିଲେ ସଂଜୁ ବାବା !

72

ଆଜି ସଂଜୟ ଦତ୍ତ ନିଜ ୬୦ତମ ଜନ୍ମଦିନ ସେଲିବ୍ରେଟ କରିଛନ୍ତି ଏବଂ ଏହି ସେଲିବ୍ରେଶନରେ ତାଙ୍କ ବନ୍ଧୁବାନ୍ଧବ ସାମିଲ ହୋଇଥିଲେ । ଗତ ରାତିରେ ସେ ବାନ୍ଦ୍ରାର ଏକ ବଡ ରେସ୍ତୋରାଁରେ ନିଜ ବର୍ଥଡେ ସେଲିବ୍ରେଟ କରିଛନ୍ତି । ଯେଉଁଠାରେ ତାଙ୍କ ସହ ପତ୍ନୀ ମାନ୍ୟତା ଦତ୍ତ ଏବଂ ତାଙ୍କ ସହ ପିଲା ମଧ୍ୟ ସାମିଲ ହୋଇଥିଲେ ।

ଏଠାରେ ଆମେ କହି ରଖୁଛୁ ଯେ ସଂଜୟ ଦତ୍ତ ନିଜ ବର୍ଥଡେ ସେଲିବ୍ରେଟ କରିବା ପାଇଁ ଏକ ପପୁଲାର ରେସ୍ତୋରାଁ ପହଂଚିଥିଲେ । ସଂଜୟ କଳା ରଂଗର ପଠାନୀ କୁର୍ତ୍ତା-ପାଇଜାମା ପିନ୍ଧିଥିଲେ । ପତ୍ନୀ ମାନ୍ୟତା କଳା ରଂଗର ଟପ ଏବଂ ଧଳା ସ୍କଟ ପିନ୍ଧିଥିଲେ ଏବଂ ପିଲା ମାନେ ମଧ୍ୟ କଳା ରଂଗର ପୋଷାକରେ ନଜର ଆସିଥିଲେ ।

ଏହି ସେଲିବ୍ରେଶନ ପାଇଁ ସଂଜୟଙ୍କ ଭଉଣୀ ପ୍ରିୟା ଦତ୍ତ ମଧ୍ୟ ନିଜ ପରିବାର ସହ ପହଂଚିଥିଲେ । ପାର୍ଟି କରିବା ପରେ ଏହି ସେଲିବ୍ରେଶନର ଅନେକ ଫଟୋ ସୋସିଆଲ ମିଡିଆରେ ନଜର ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More