Only for Entertainment

ଆରମ୍ଭ ହେଲା ଆମୀର ଖାନଙ୍କ ‘ଲାଲ ସିଂ ଚଢା’ର ସୁଟିଂ, ମା’ଙ୍କ ହାତରେ କଲେ ଶୁଭାରମ୍ଭ

india today
15

ଠଗ୍ସ ଅଫ ହିନ୍ଦୋସ୍ତାନ ପରେ ଧମାକା କରିବେ ମିଷ୍ଟର ପର୍ଫେକ୍ସନିଷ୍ଟ ଆମୀର ଖାନ । ଆଗାମୀ ଫିଲ୍ମ ‘ଲାଲ ସିଂ ଚଢା’ରେ ନଜର ଆସିବେ ଆମୀର । ତେବେ ଏହାର ସୁଟିଂ ଆରମ୍ଭ ହୋଇ ସାରିଛି । କିନ୍ତୁ ଖୁବ ଖାସ ଅନ୍ଦାଜରେ ଆରମ୍ଭ କରିଛନ୍ତି ନିର୍ମାତା । ବାସ୍ତବରେ ଏକ ପ୍ରଥମ ସଟ ଶେୟାର କରିଛନ୍ତି, ଯେଉଁଥିରେ ଆମୀରଙ୍କ ମା କ୍ଲିପରବୋର୍ଡ଼ ଧରି ଥିବାର ନଜର ଆସିଛନ୍ତି ଓ ଆରମ୍ଭ ହୋଇଛି ଗୋଟିଏ ସଟ୍ । ଏହି ସଟରେ ଏକ ରେଲୱେ ଷ୍ଟସନ ନଜର ଆସିଛି ।

 

ଫିଲ୍ମର ପ୍ରଯୋଜକ ଅଜୀତ ଅନ୍ଧାରେ । ସେ ଟ୍ୱିଟ କରି ଲେଖିଛନ୍ତି ଏହା ଆମ ପାଇଁ ଏକ ଖାସ ଦିନ । ଏହା ଏଭଳି ଏକ ମାଇଲଷ୍ଟୋନ ଯାହା ଏବେ ଆରମ୍ଭ ହୋଇଛି ।

 

ଏହା ପୂର୍ବରୁ ଖବର ଥିଲାଯେ ଆମୀର ନିଜ ଚରିତ୍ର ପାଇଁ ହଲିଉଡ ଆକ୍ଟର ଟମ ହ୍ୟାକ୍ସଙ୍କୁ ସାକ୍ଷାତ କରି ପାରନ୍ତି । ଟମ ହ୍ୟାକ୍ସ ଫରେଷ୍ଟ ଗପରେ ଏକ ଲୋ ଆଇ କ୍ୟୁ ବ୍ୟକ୍ତି ଭାବରେ ନଜର ଆସିଥିଲେ । ଆମୀର ମଧ୍ୟ ଏହି ଫିଲ୍ମରେ ସେହିଭଳି ଚରିତ୍ରରେ ନଜର ଆସିବେ । ଏହି ଯୁବ ଚରିତ୍ର ପାଇଁ ଆମୀର ତାଙ୍କର ୨୦ କିଲୋ ଓଜନ କମ କରିଛନ୍ତି । ଏଥିପାଇଁ ସେ ହାଇଟରେ ଅଛନ୍ତି । ଡାଇଟରେ ସେ ପରିବା, ରୁଟି ଏବଂ ପ୍ରୋଟିନକୁ ସାମିଲ କରିଛନ୍ତି । ଫିଲ୍ମରେ ଆମୀରଙ୍କ ଅପୋଜିଟରେ ନଜର ଆସିବେ କରୀନା କପୂର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More