Only for Entertainment

ସ୍ପେଶାଲ ଡେ’ ସୁନ୍ଦର ଦେଖାଯିବା ପାଇଁ ଚାହୁଁଛନ୍ତି କି ? ଏହି ଉପାୟରେ କମାନ୍ତୁ ପେଟର ଚର୍ବି

almondtozest
42

ଝିଅମାନେ ନିଜ ବିବାହ ପୂର୍ବରୁ ପେଟର ଚର୍ବିକୁ ନେଇ ଚିନ୍ତିତ ରହିଥାନ୍ତି । ବିବାହକୁ କମ ସମୟ ଥିବା ବେଳେ ସେମାନେ ନିଜ ପେଟର ଚର୍ବିକୁ କିପରି ହଟାଇବେ ସେ ନେଇ ଜିମ୍‌ ମଧ୍ୟ ଯାଇଥାନ୍ତି । କିନ୍ତୁ ତାହା ଦ୍ୱାରା ବିଶେଷ କିଛି ଲାଭ ମିଳି ନ ଥାଏ । ଏବେ ଆପଣ କମ ସମୟ ମଧ୍ୟରେ ଘରେ ବସି ନିଜର ଓଜନ କମ୍‌ କରି ପାରିବେ । କିପରି? ଆସନ୍ତୁ ଜାଣିବା…

  • ଯଦି ଆପଣ ନିଜ ପେଟ ଏବଂ ଅଣ୍ଟାରୁ ଚର୍ବି କମ୍‌ କରିବାକୁ ଚାହୁଁଛନ୍ତି ତେବେ ନିଜ ଡ଼ାଏଟ୍‌ରେ ଫାଇବର ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ । ଫାଇବର ଯୁକ୍ତ ଖାଦ୍ୟ ଶରୀରର ଡ଼ାଇଜେଷ୍ଟିଭ୍‌ ସିଷ୍ଟମକୁ ଠିକ୍‌ ରଖିଥାଏ । ଯାହାଦ୍ୱାରା ଶରୀରରେ ଜମା ଥିବା କ୍ୟାଲୋରି କମ୍‌ ହେବା ସହ ପେଟ କମ୍‌ ହୋଇଥାଏ ।
  • ବିବାହକୁ କମ୍‌ ସମୟ ଥିଲେ ନିଜ ଡ଼ାଏଟ୍‌ରେ ଆପଲ ସାଇଡ଼ର ଭିନେଗାର ସାମିଲ କରନ୍ତୁ । ଶୁଦ୍ଧ ପାଣିରେ ୨ଟେବୁଲ ସ୍ପୁନ୍‌ ଆପଲ ସାଇଡ଼ର ଏବଂ ଗୋଟେ ଚାମଚ ମହୁ ମିଶାଇ ପିଅନ୍ତୁ । ଏହା ଦ୍ୱାରା ପେଟର ଚର୍ବି କମ୍‌ ହେବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ, ବ୍ରଣ କମ୍‌ ହୋଇଥାଏ, ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ ହୋଇ ରହିବା ସହ ରକ୍ତଚାପ ନିୟନ୍ତ୍ରଣ ହୋଇ ହୋଇଥାଏ ।
  • ପେଟର ଚର୍ବି କମ୍‌ କରିବା ପାଇଁ ହେଲେ ଶରୀରରେ ଜଳୀୟ ଅଂଶ ଠିକ୍‌ ରହିବା ଆବଶ୍ୟକ । ଭରପୂର ମାତ୍ରରେ ପାଣି ପଇବା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ । ଯାହାଦ୍ୱାରା ମୁହଁ ଚମକିବାକୁ ଲାଗିଥାଏ । ପେଟର ଚର୍ବି କମ୍‌ କରିବା ପାଇଁ କେବଳ ପାଣି ନୁହେଁ, ଏହା ସହ ଗ୍ରୀନ୍‌ ଟି, ତାଜା ପରିବା ଏବଂ ଫଳ ଖାଇ ପାରିବେ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More