Only for Entertainment

ନକଲି ମୁଦି ଦେଇ ଐଶ୍ୱର୍ଯ୍ୟାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ଅଭିଷେକ,୧୧ବର୍ଷ ପରେ ହେଲା ଖୁଲାସା

Telangana Today
0 68

ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ଯୋଡ଼ି ବଲିଉଡ୍‌ର ସବୁଠାରୁ ପସନ୍ଦର ରିୟଲ ଲାଇଫ୍‌ ଯୋଡ଼ି ମଧ୍ୟରୁ ଅନ୍ୟତମ । ବଲିଉଡ୍‌ର ଏହି ହଟ୍‌ ଯୋଡ଼ି କୌଣସି ଫିଲ୍ମ ପାଇଁ ନ ହେଲେ ମଧ୍ୟ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି । କିଛି ଦିନ ତଳେ ଦୁଇ ଜଣ ଦୀର୍ଘ ୮ବର୍ଷ ପରେ ଏକା ସାଙ୍ଗରେ ସ୍କ୍ରିନ୍‌ ସେୟାର କରିବାକୁ ଯାଉଥିବା ଖବର ଅସିଥିବା ବେଳେ ଏବେ ଦୁଇ ଜଣଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ୧୧ବର୍ଷ ପୂର୍ବରୁ ଅଭିଷେକ ଯେଉଁ ମୁଦି ଦେଇ ଐଶ୍ୱର୍ଯ୍ୟାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ତାହା ନକଲି ବୋଲି ଜଣାପଡ଼ିଛି । ଫିଲ୍ମକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ନକଲି ମୁଦି ଦେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଚର୍ଚ୍ଚାର ବିଷୟ ପାଲଟିଛି ।

ଅସଲ କଥାଟି ଏମିତି। ନ୍ୟୁୟର୍କରେ ୨୦୦୭ରେ ବିବାହ ପାଇଁ ଐଶ୍ୱର୍ଯ୍ୟାଙ୍କୁ ପ୍ରସ୍ତାବ ଦେଇଥିଲେ ଅଭିଷେକ । ଐଶ୍ୱର୍ଯ୍ୟା ନିଜ ରୁମ୍‌ର ଝରକା ପାଖରେ ବସିଥିବା ବେଳେ ଅଭିଷେକ ତାଙ୍କୁ ନିଜର ମନ କଥା କହିଥିଲେ । ସମସ୍ତଙ୍କୁ ଅଭିଷେକଙ୍କ ପ୍ରସ୍ତାବ ଦେବାର ଅନ୍ଦାଜ ପସନ୍ଦ ଆସିଥିବା ବେଳେ ସେ ନକଲି ମୁଦି ଦେଇଥିଲେ ବୋଲି କାହାକୁ ଜଣା ନଥିଲା । ଅଭିଷେକ ଦେଇଥିବା ନକଲି ମୁଦିଟି ଫିଲ୍ମ ‘ଗୁରୁ’ରେ ବ୍ୟବହାର କରାଯାଇଥିଲା ବୋଲି ଜଣାପଡ଼ିଛି ।

‘ଗୁରୁ’ ଫିଲ୍ମର ପ୍ରିମିୟର ପରେ ପରେ ଅଭିଷେକ ଐଶ୍ୱର୍ଯ୍ୟାଙ୍କୁ ପ୍ରସ୍ତାବ ଦେଇଥିଲେ । ମୁଦିଟି ନକଲି ବୋଲି ଜାଣି ମଧ୍ୟ ବିବାହ ପାଇଁ ହଁ ଭରିଥିଲେ ଐଶ୍ୱର୍ଯ୍ୟା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More