Only for Entertainment

୨୦୧୮ରେ ମୋଷ୍ଟ ବିୟୁଟିଫୁଲ୍ କପଲ ସମ୍ମାନ ହାତେଇଛନ୍ତି ବଲିଉଡ ଯୋଡି ଅଲ୍ଲି ଫଜଲ୍ ଓ ଋଚ୍ଚା ଚଡ୍ଢା

midday
0 35

ଚର୍ଚ୍ଚାରେ ବି-ଟାଉନର ‘ମୋଷ୍ଟ ବିୟୁଟିଫୁଲ୍ କପଲ୍’ ଅଲ୍ଲି ଫଜଲ୍ ଓ ଋଚ୍ଚା ଚଡ୍ଢା । ଏହି ଯୋଡି ନିଜ ପ୍ରେମ ସମ୍ପର୍କକୁ ନେଇ ହୋଇ ପାରିଛନ୍ତି ପପୁଲାର୍ । ଆଉ ଏତେ ପପୁଲାର୍ କି ଏମାନଙ୍କୁ ଭୋଗ୍ ତରଫରୁ ମିଳିଛି ମୋଷ୍ଟ ବିୟୁଟିଫୁଲ୍ କପଲ୍ ଅଫ ଦି ଇୟର୍ର ସମ୍ମାନ ।

ନିକଟରେ ଅନୁଷ୍ଠିତ ହୋଇଥିବା ଭୋଗ୍ ବିୟୁଟି ଆୱାର୍ଡ – ୨୦୧୮ରେ ମୋଷ୍ଟ ବିୟୁଟିଫୁଲ୍ କପଲ୍ ସମ୍ମାନ ହାତେଇଛନ୍ତି ବଲିଉଡ ଯୋଡି ଅଲ୍ଲି ଫଜଲ୍ ଓ ଋଚ୍ଚା ଚଡ୍ଢା । ମଙ୍ଗଳବାର ରାତିରେ ମୁମ୍ବାଇରେ ଅନୁଷ୍ଠିତ ଏହି ଆୱାର୍ଡ ନାଇଟ୍ରେ ଏହି ଯୋଡିଙ୍କ ବେଶ୍ ଗ୍ଲାମରସ୍ ଅନ୍ଦାଜ ଦେଖିବାକୁ ମିଳିଥିଲା । ରେଡ୍ କାର୍ପେଟରେ ଏକାଠି ନଜର ଆସିଥିଲେ ଏହି ଯୋଡି । ଏମାନଙ୍କ କେମେଷ୍ଟ୍ରୀ ଏତେ ଜବରଦସ୍ତ କି, ଭୋଗ୍ ତରଫରୁ ଏମାନଙ୍କୁ କରାଯାଇଛି ସମ୍ମାନୀତ ।

ଏହି ଯୋଡି ଗତ ୧ ବର୍ଷ ହେବ ପରସ୍ପରକୁ କରୁଛନ୍ତି ଡେଟ୍ । ପ୍ରାୟ ସବୁ ପାର୍ଟି, ଇଭେଂଟରେ ଏମାନଙ୍କୁ ଏକାଠି ଦେଖିବାକୁ ମିଳୁଛି । ଚଳଚ୍ଚିତ୍ର ‘ଫୁକରେ’ ସୁଟିଂ ସେଟରୁ ଏମାନଙ୍କ ଭିତରେ ଆରମ୍ଭ ହୋଇଥିଲା ଦୋସ୍ତି । ଯାହା ପରେ ଭଲପାଇବାରେ ପରିଣତ ହୋଇଥିଲା । ଦୁହେଁ ସବୁବେଳେ ଖୋଲାଖୋଲି ଭାବେ ନିଜ ସମ୍ପର୍କକୁ ନେଇ ଆଲୋଚନା କରିଛନ୍ତି । ଆଉ ଯାହା ଫଳରେ ଭୋଗ ଦ୍ୱାରା ସମ୍ମାନୀତ ହୋଇଛନ୍ତି ଅଲ୍ଲି ଓ ଋଚ୍ଚା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More