Only for Entertainment

ପୁଅ ସହ ବିଗ ବିଙ୍କ ଫଟୋ ଭାଇରାଲ, ଅଭିଶେକଙ୍କୁ ଚିହ୍ନିବା ଖୁବ ମୁସକିଲ !

India Today
31

ବଲିଉଡ ଅଭିନେତା ଅଭିଶେକ ବଚ୍ଚନ ଫ୍ୟାନ୍ସଙ୍କ ଫଟୋ ଶେୟାର କରନ୍ତି । ନିକଟରେ ଅଭିଶେକ ବଚ୍ଚନ ଏକ ଫ୍ଲାଶବ୍ୟାକ ଫଟୋ ଶେୟାର କରିଛନ୍ତି । ଏହି ଫଟୋରେ ଅଭିଶେକଙ୍କ ସହ ତାଙ୍କ ବାପା ଅର୍ଥାତ ମହାନାୟକ ଅମିତାଭ ବଚ୍ଚନ ନଜର ଆସିଛନ୍ତି । ଏହି ବ୍ଲାକ ଆଣ୍ଡ ହ୍ୱାଇଟ ଫଟୋରେ ଅଭିଶେକଙ୍କୁ ଚିହ୍ନିବା ଖୁବ ମୁସକିଲ କାରଣ ସେ ଖୁବ ଛୋଟ ଦିଶୁଛନ୍ତି । ସେ ଧଳା ରଂଗର ସାର୍ଟ ପିନ୍ଧିଛନ୍ତି । ସେହିପରି ବିଗ ବି ଚଶମା ପିନ୍ଧି ହସୁଥିବାର ନଜର ଆସିଛନ୍ତି । ଏହିଫଟୋରେ ଅଭିଶେକ ଲେଖିଛନ୍ତି – ଫ୍ଲାଶବ୍ୟାକ ଫ୍ରାଈଡେ ।

 

View this post on Instagram

 

#flashbackfriday @amitabhbachchan @romesh.sharma

A post shared by Abhishek Bachchan (@bachchan) on

ଏଠାରେ ଆମେ କହି ରଖୁଛୁ ଯେ ଏହି ଫଟୋକୁ ଖୁବ ପସନ୍ଦ କରିଛନ୍ତି । ସୋସିଆଲ ମିଡିଆରେ ଏହି ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି । କମେଂଟ ଦେଇ ବାପା-ପୁଅଙ୍କ ସମ୍ପର୍କକୁ ସମସ୍ତେ ପ୍ରଶଂସା କରୁଛନ୍ତି ।

ଅମିତାଭ ବଚ୍ଚନ ଏବଂ ଅଭିଶେକ ବଚ୍ଚନଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ, ଦୁହେଁ ପା, ବଂଟି ଔର ବବଲି, ସରକାର, ସରକାର ରାଜ ଏବଂ କଭି ଅଲବିଦା ନା କେହନା ଭଳି ଫିଲ୍ମରେ ଏକା ସହ କାମ କରିଛନ୍ତି । ଦର୍ଶକ ବାପା-ପୁଅଙ୍କର ଏହି ଯୋଡିକୁ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ସେହିଭଳି ଅଭିଶେକ ଶେଷ ଥର ପାଇଁ ମନମର୍ଜିଆଁରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More