Only for Entertainment

ପୁଣିଥରେ ଅଢେଇ ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ନ୍ୟାୟ ମାଗିଲା ବଲିଉଡ ଇଣ୍ଡଷ୍ଟ୍ରି ।

bollywood tadka
20

ଉତ୍ତର ପ୍ରଦେଶର ଅଲ୍ଲିଗଡ଼ରେ ହୋଇଥିବା ଅମାନବୀୟ ଘଟଣା ସାରା ଦେଶର ସ୍ଥିତିକୁ ଦୋହଲାଇ ଦେଇଛି । ଅଲ୍ଲିଗଡ଼ରେ ଅଢେଇ ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । କିନ୍ତୁ ପୋଲିସର ଦାବି ଅନୁସାରେ ଦୁଷ୍କର୍ମ ହୋଇନାହିଁ । ଏହି ଘଟଣାରେ ପୁଣିଥରେ ଦେଶରେ ଉତ୍ତେଜନା ସୃଷ୍ଟି ହୋଇଛି । ଦୋଷୀକୁ ଫାଶୀ ଦେବା ପାଇଁ ଦାବି କରାଯାଉଛି । କୁନି ଝିଅ ଟ୍ୱିଙ୍କଲ ଶର୍ମାଙ୍କୁ ନ୍ୟାୟ ମିଳୁ ସମସ୍ତେ ଦାବି କରୁଥିବା ନଜର ଆସିଛି । ବଲିଉଡ ସେଲିବ୍ରେଟୀମାନେ ମଧ୍ୟ ସୋସିଆଲ ମିଡିଆରେ ନିଜର କ୍ରୋଧ ଦେଖାଇଛନ୍ତି ।

ଅଭିଷେକ ବଚ୍ଚନଙ୍କ ଠାରୁ ଆରମ୍ଭ କରି ସନି ଲିଓନ, ରବିନା ଟଣ୍ଡନ, ରିତେଶ ଦେଶମୁଖ, ଜେନିଲିଆ, ଅନୁପମ ଖେର, ସୋନମ କେ ଆହୁଜା, ଅର୍ଜୁନ କପୂର, ହୁମା କୁରୈସି, ରାଜପାଲ ଯାଦବ, ଆୟୁଷ୍ମାନ ଖୁରାନା, ସିଦ୍ଧାର୍ଥ ମଲହୋତ୍ରା, ସାନିଆ ମିର୍ଜାଙ୍କ ପର୍ଯ୍ୟନ୍ତ ବଲିଉଡ ସେଲିବ୍ରେଟୀମାନେ ଦୋଷୀକୁ କଡ଼ା ଦଣ୍ଡ ଦେବା ପାଇଁ ସୋସିଆଲ ମିଡିଆରେ ଦାବି କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More