Only for Entertainment

ପୁରୁଷଙ୍କ ତୁଳନାରେ ଅଧିକ ପ୍ରତିଶୋଧ ପରାୟଣ ହୋଇପଡ଼ନ୍ତି ମହିଳା: ଗବେଷଣା

22

ପ୍ରେମରେ ଧୋକା ମିଳିବା ପରେ ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ପରିମାଣରେ କ୍ଷତିଗ୍ରସ୍ତ ହେବା ସହିତ ପ୍ରତିଶୋଧପରାୟଣ ହୋଇଥାଆନ୍ତି ବୋଲି ଗବେଷଣାରୁ ଜଣାଯାଇଛି।

ସୂଚନା ଅନୁଯାୟୀ,ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ପରିମାଣରେ ପ୍ରତିଶୋଧ ପରାୟଣ ହୋଇଥାଆନ୍ତି ବୋଲି ଏକ ଗବେଷଣାରୁ ଜଣାଯାଇଛି। ତେବେ ଏନେଇ ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାଯାଇଛି ଯେ ମହିଳାମାନେ ଯେତେବେଳେ ପ୍ରେମରେ ଧୋକା ଖାଆନ୍ତି ,ସେତେବେଳେ ସେ ନିଜକୁ ଏକୁଟିଆ ମନେକରିବା ସହିତ ଅବସାଦଗ୍ରସ୍ତ ହେଉଥିବାର ବି ଭୟ କରନ୍ତି। ଫଳତଃ ସେମାନେ ଏ ନେଇ ନିଜର କୌଣସି ଜଣେ ବନ୍ଧୁଙ୍କ ସହିତ ଆଫେୟାର୍ସ ରଖନ୍ତିି। ଏହା କରିବା ପଛର କାରଣ ଏଇଆ ଥାଏ କି ତାଙ୍କର ଏକ୍ସ ବୟଫ୍ରେଣ୍ଡ୍‌ ତାଙ୍କର ମୂଲ୍ୟକୁ ବୁଝିପାରିବେ ବୋଲି ସେମାନେ ଭାବିଥାଆନ୍ତି। ତେବେ ଏହି ପ୍ରକାରର ଆଫେୟାର୍ସକୁ ଏକ େଓ୍ଵବ୍‌ସାଇଟ୍‌ରେ‘ପ୍ରତିଶୋଧପରାୟଣ ଆଫେୟାର୍ସ’ବୋଲି କୁହାଯାଇଛି। ଯେଉଁଥିରେ କି ମହିଳାଙ୍କ ଠାରେ ପ୍ରତିଶୋଧ ନେବାର ଭାବନା ଏବଂ ଏକୁଟିଆପଣ ଠାରୁ ଦୂରେଇ ରହିବାକୁ ଆଉ ଜଣେ ସାଥି ସହ ଆଫେୟାର୍ସ କରିବାର ଭାବନାକୁ ଜାଗୃତ କରିଥାଏ।

ତେବେ ଏହାକୁ ନେଇ ବ୍ରିଟିସ୍‌ େଓ୍ଵବ୍‌ସାଇଟ୍‌ରେ ହଜାର ହଜାର ଲୋକଙ୍କୁ ନେଇ ଏକ ଗବେଷଣା କରାଯାଇଥିଲା। ଯେଉଁଥିରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ଠାରେ ଅଧିକ ପ୍ରତିଶୋଧ ପରାୟଣର ହେବାର ଭାବନା ଆସିଥାଏ ବୋଲି କୁହାଯାଇଛି। ତେବେ ଏହି ଗବେଷଣାରେ ମହିଳାମାନେ ସେମାନଙ୍କ ପୁରୁଣା ପ୍ରେମକୁ ପାଇବାକୁ ଯାଇ ଏପରି କରିଥାନ୍ତି ବୋଲି କହିଛନ୍ତି। ଯେଉଁଠାରେ ୩୪ ପ୍ରତିଶତ ପୁରୁଷ ପ୍ରତିଶୋଧ ପରାୟଣତାର ସାହାରା ନେଉଥିବାର ଜଣାଯାଇଛି।

ଏହି ଗବେଷଣାରେ ଏହା ମଧ୍ୟ ଜଣାଯାଇଛି କି, ଏକ ତୃତୀୟାଂଶ ଲୋକ ନିଜର ପୁରୁଣା ପ୍ରେମକୁ ପୁଣିଥରେ ହାସଲ କରିବାକୁ ଯାଇ ଆଉ ଥରେ ଆଫେୟାର୍ସ ରଖିଥିବାବେଳେ,ଏହି ଗବେଷଣାର ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏପରି କରିବା ସମୟରେ ୮୧ ପ୍ରତିଶତ ଲୋକ ନିଜଠାରେ ସନ୍ତୁଷ୍ଟ ଅନୁଭବ କରିଥାନ୍ତି ବୋଲି କହିଛନ୍ତି। ଏଥିସହିତ ଏହି ଗବେଷଣାରୁ ଏହା ମଧ୍ୟ ଖୁଲାସା ହୋଇଛି କି,‘ପ୍ରତିଶୋଧ ଆଫେୟାର୍ସ’ପଛରେ ମହିଳାମାନଙ୍କର କେବଳ ଏତିକି ମାତ୍ର ଲକ୍ଷ୍ୟ ଥାଏ କି କିଭଳି ତାଙ୍କ ପାର୍ଟନର ନିଜେ ପଶ୍ଚାତାପ କରିବ କି ଧୋକା ପାଇବା ପରେ ଜଣେ ମଣିଷକୁ କିଭଳି ଅନୁଭବ ହୋଇଥାଏ?

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More