Only for Entertainment

‘ଆର୍ଟିକଲ ୧୫’ର ଟିଜର ରିଲିଜ, ଆୟୁଷ୍ମାନ ଖୁରାନା ପଢାଉଛନ୍ତି ସମ୍ବିଧାନର ପାଠ

NewsX
37

ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା କିଛି ସମୟରୁ ଅନେକ ସୁପରହିଟ ଫିଲ୍ମ ଦେଉଛନ୍ତି । ଅନ୍ଧାଧୁନ ଏବଂ ବଧାଇ ହୋ ପରି ସୁପରହିଟ ଫିଲ୍ମ ଏଥିରେ ସାମିଲ ରହିଛି । ନିକଟରେ ଆୟୁଷ୍ମାନ ଖୁରାନା ନିଜର ଆଗାମୀ ଫିଲ୍ମର ପ୍ରଥମ ପୋଷ୍ଟର ସେୟାର କରିଥିଲେ । ପୋଷ୍ଟରରେ ସେ ଖୁବ ଇଣ୍ଟେନ୍ସ ଲୁକରେ ନଜର ଆସିଛନ୍ତି । ଏବେ ଏହି ଫିଲ୍ମ ଟିଜର ମେକର୍ସ ରିଲିଜ କରିଛନ୍ତି । ଫିଲ୍ମର ଟାଇଟଲ ରହିଛି ‘ଆର୍ଟିକଲ ୧୫’ ।

ଟିଜରର ଆରମ୍ଭରୁ ଆୟୁଷ୍ମାନ ଖୁରାନଙ୍କ ଭଏସ ଶୁଣିବାକୁ ମିଳିଛି । ଏଥିରେ ସେ ଆର୍ଟିକଲ ୧୫ ବିଷୟରେ କହୁଥିବାର ନଜର ଆସିଛନ୍ତି । ଫିଲ୍ମରେ ଆୟୁଷ୍ମାନ ଏକ ପୋଲିସ ଅଫିସର ଭୂମିକାରେ ନଜର ଆସିଛନ୍ତି । ଫିଲ୍ମରେ ଆୟୁଷ୍ମାନଙ୍କ ବ୍ୟତିତ ଇ ଶା ତଲବାର, ଏମ ନସାର, ମାମୋଜ ପାହବା, ସୟାନୀ ଗୁପ୍ତା, କୁମୁନ୍ଦ ମିଶ୍ରା ଏବଂ ମୋହମ୍ମଦ ଜୀଶାନ ଆଦି କଳାକାର ନଜର ଆସିବେ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅନୁଭବ ସିହ୍ନା । ଫିଲ୍ମର ଟ୍ରେଲର ୩୦ ମଇରେ ରିଲିଜ ହେବ ବୋଲି ଟିଜରରେ ଦର୍ଶା ଯାଇଛି ।

କହିରଖୁଛୁ ଯେ, ଆୟୁଷ୍ମାନଙ୍କ ଫିଲ୍ମ ‘ଆର୍ଟିକଲ ୧୫’ ଲଣ୍ଡନ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲର ୧୦ମ ସଂସ୍କରଣରେ ୱାର୍ଲ୍ଡ ପ୍ରମିୟମରେ ପ୍ରଦର୍ଶିତ କରାଯିବ । ଏହି ପିଲ୍ମ ଫେଷ୍ଟିଭାଲକୁ ଦକ୍ଷିଣ ଏସିଆର ସବୁଠାରୁ ବଡ ଉତ୍ସବ ଭାବେ ପାଳନ କରାଯାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More