Only for Entertainment

‘ଛପାକ’ ଟ୍ରେଲରକୁ ନେଇ ଏସିଡ ପୀଡିତା ତଥା ହଲିଉଡର ଜଣାଶୁଣା ଲେଖିକା ଏବଂ ମଡେଲ କ୍ୟାଟୀ ପାଇପର ଟ୍ୱିଟ କରି କଲେ ପ୍ରଶଂସା !

31

ନିକଟରେ ରିଲିଜ ହୋଇଥିବା ଛପାକର ଟ୍ରେଲରକୁ ନେଇ ସବୁଠି ଚର୍ଚ୍ଚା । ସିନେପ୍ରେମୀଙ୍କ ଠାରୁ ନେଇ ସେଲିବ୍ରେଟି ସମସ୍ତଙ୍କୁ ବେଶ ପସନ୍ଦ ଆସପାରିିଛି ଛପାକର ପ୍ରଥମ ଟ୍ରେଲର । ଦୀପିକା ପାଦୁକୋନଙ୍କ ଦମଦାର ଅଭିନୟ ସହ କାହାଣୀକୁ ନେଇ ଚାଲିଛି ଚର୍ଚ୍ଚା । ଏହା ଭିତରେ ଏବେ ହଲିଉଡର ଜଣାଶୁଣା ଲେଖିକା,ଉପସ୍ଥାପିକା.ମଡେଲ ତଥା ସମାଜସେବୀ ତଥା ଏସିଡ ହମଲାର ପୀଡିତା କ୍ୟାଟୀ ପାଇପର ଟ୍ରେଲର ପ୍ରଶଂସା କରିଛନ୍ତି । ନିଜ ଇନଷ୍ଟାଗ୍ରାମ ପେଜରେ ଛପାକର ଟ୍ରେଲର ସେୟାର କରିଛନ୍ତି କ୍ୟାଟୀ । ଏଥିସହ ସେ ଲେଖିଛନ୍ତି ଟ୍ରେଲର ତାଙ୍କୁ ବେଶ ପ୍ରଭାବିତ କରିଛି । ଏକାଧିକ ବାର ସେ ଏହାକୁ ଦେଖିସାରିଲେଣି ।

ଟ୍ରେଲର ଦେଖିବା ପରେ କିଛି ମୁହୂର୍ତ୍ତ ପାଇଁ ସତେ ଯେମିତି ତାଙ୍କ ଶ୍ୱାସ ରୁଦ୍ଧ ହୋଇଯାଇଥିଲା ବୋଲି କେଟ କହିଛନ୍ତି । କ୍ୟାଟୀଙ୍କ ଏହି ଟୁଇଟ ଉପରେ ରିଟୁଇଟ କରି ଧନ୍ୟବାଦ ଜଣାଇଛନ୍ତି ଦୀପିକା । ଏଥିସହ ଖୁବ ଶୀଘ୍ର ତାଙ୍କ ସହ ଦେଖା ସାକ୍ଷାତ ହେବ ବୋଲି ଅଭିନେତ୍ରୀ କହିଛନ୍ତି । ୨୦୦୮ ମସିହାରେ କ୍ୟାଟୀ ପାଇପରଙ୍କ ଉପରେ ତାଙ୍କ ବୟଫ୍ରେଣ୍ଡ ଏସିଡରେ ହମଲା କରିଥିଲେ । ଯାହାଫଳରେ ତାଙ୍କ ଗୋଟେ ଆଖି ସମ୍ପୂର୍ଣ୍ଣଭାବେ ନଷ୍ଟ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More