ଗୋଟେ ଫିଲ୍ମ ପରେ ଦେଖିବାକୁ ମିଳିନଥିଲା ଏହି କଳକାରଙ୍କୁ, ଏବେ ଚଳାଉଛନ୍ତି ଶିକ୍ଷାକେନ୍ଦ୍ର !
ବଲିଉଡରେ କିଛି ଏଭଳି କଳାକାର ଅଛନ୍ତି ଯେଉଁମାନଙ୍କୁ ଗୋଟେ କିମ୍ବା ଦୁଇଟି ଫିଲ୍ମ ପରେ ପରଦାରେ ଦେଖିବାକୁ ମିଳି ନଥିଲା । କିଛି ଫ୍ଲପ ହୋଇଯାଇଥିଲେ ତ କିଛି ଜଣଙ୍କୁ ଗୋଟେ ଫିଲ୍ମ ପରେ କାମ ମିଳିନଥିଲା । ଫିଲ୍ମୀ ଦୁନିଆରେ ଏଭଳି ଜଣ ଅଭିନେତା ଅଛନ୍ତି ଯିଏ ଗୋଟେ ଫିଲ୍ମ ପରେ ତାଙ୍କୁ କୌଣସି ଫିଲ୍ମରେ ଅରାଉ କାମ ମିଳିନଥିଲା । ମାତ୍ର ସେ ତାଙ୍କ ହ୍ୟାଣ୍ଡସମନେଓ ଯାଦୁରେ ଅନେକ ଝିଅଙ୍କ ହୃଦୟରେ ଯାଦୁକରିଥିଲେ, ମାତ୍ର ଏବେ ତାଙ୍କୁ ସମସ୍ତେ ଭୂଲି ଗଲେଣି ।
ଏଠାରେ ଆମେ କହି ରଖୁଛୁ ଯେ ୨୦୦୨ମସିହାରେ ଆସିଥିବା ଫିଲ୍ମ ‘ତୁମସେ ଅଚ୍ଛା କୌନ ହେ’ର ଏହି ଅଭିନେତାଙ୍କୁ ବଳିଉଡ ଜଗତ ଭୂଲି ସାରିଲାଣି । ଏପରିକି ଅନେକ ବଲିଉଡ କଳାକାରଙ୍କୁ ତାଙ୍କର ଚେହେରା ମଧ୍ୟ ଆଉ ମନେ ନାହିଁ । ଏଠାରେ ଆମେ କଥା ହେଉଛି ଅଭିନେତା ନକୁଲ କପୁରଙ୍କ ବିଷୟରେ ।
ନକୁଲ ୨୦୦୨ରେ ଆସିଥିବା ଫିଲ୍ମ ପରେ ଆଉ କୌଣସି ଫିଲ୍ମରେ ନଜର ଆସି ନଥିଲେ । ଫିଲ୍ମରେ ତାଙ୍କ ସହ ଅଭିନେତ୍ରୀ ଆରତି ଛାବରିଆ ଏବଂ କିମ ଶର୍ମା ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଯଦିଓ ଫିଲ୍ମ ଭଲ ହୋଇଥିଳା ମାତ୍ର ନକୁଲ ଏହି ଫିଲ୍ମ ଜରିଆରେ ନିଜର ପରିଚୟ ବଦାଇ ପାରିନଥିଲେ । ତେଣୁ ଏହାପରେ ନକୁଲଙ୍କର କୌଣସି ଫିଲ୍ମ ପରଦାକୁ ଆସିନଥିଲା ।
ଏଠାରେ ଆମେ କହି ରଖୁଛୁ ଯେ, ଫିଲ୍ମ ‘ତୁମସେ ଅଚ୍ଛା କୌନ ହେ’ପୂର୍ବରୁ ସେ ୧୯୯୮ରେ ଏକ ପ୍ରାଇଭେଟ ମ୍ୟୁଜିକ ଭିଡିଓ ‘ହୋ ଗଇ ହେ ମୋହବତ ତୁମସେ’ରେ ନଜର ଆସିଥିଲେ । ଏହି ଆଲବମ କାରଣରୁ ତାଙ୍କୁ ଫିଲ୍ମ ପାଇଁ ଅଫର ମିଳିଥିଲା ।
ମାତ୍ର ନକୁଲଙ୍କ ବର୍ତ୍ତମାନ ଲାଇଫ ଷ୍ଟାଇଲର କଥା ଯଦି ଉଠୁଛୁ ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ ସେ ବର୍ତ୍ତମାନ କାନାଡାରେ ଜଣେ ଯୋଗ ଶିକ୍ଷକ ଭାବେ କାମ କରୁଛନ୍ତି ଏବଂ ଡିଭାଇନ ଲାଇଟ ନାମକ ଯୋଗ ଶିକ୍ଷା କେନ୍ଦ୍ର ପରିଚାଳନା କରୁଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ କିଛି ଦିନ ପୂର୍ବରୁ ତାଙ୍କ ମୃତ୍ୟୁର ମିଛି ଖବର ଚର୍ଚ୍ଚା ଚାରିଆଡେ ଜୋର ଧରିଥିଲା । ମାତ୍ର ଏହି ଖବର ପାଇଁ ମିଡିଆରେ ସେ ବଂଚିଥିବା ଖବର ଦେଇଥିଲେ ।