Only for Entertainment

ପୁଣି ଭାଇରାଲ ହେଲା ସପ୍ନା ଚୌଧରୀଙ୍କ ଠୁମକା, ଗୋଟିଏ ଦିନରେ ଦେଖିଲେ ଲକ୍ଷରୁ ଅଧିକ ଲୋକ

filmydrama
0 118

ବଲିଉଡ ଅଭିନେତା ଅଭୟ ଦେଓଲଙ୍କ ଆଗାମୀ ଫିଲ୍ମ ‘ନାନୁ କି ଜାନୁ’ରେ ଭୋଜପୁରୀ ଡ୍ୟାନ୍ସିଂ ଷ୍ଟାର ସପ୍ନା ଚୌଧରୀଙ୍କ ଠୁମକା ଦେଖିବାକୁ ମିଳିବ । ଫିଲ୍ମରେ ସପ୍ନା ଯେଉଁ ଗୀତରେ ନଜର ଆସିବେ ତାହାର ନାମ ମଧ୍ୟ ‘ତେରେ ଠୁମକେ ସପ୍ନା ଚୌଧରୀ’ ରଖାଯାଇଛି । ଏହି ଗୀତକୁ ଗୁଣବନ୍ତ ସେନ, ଖୁସବୁ ଜୈନ ଓ ସୌମ୍ୟା ଉପାଧ୍ୟାୟ ଗାଇଛନ୍ତି । ଏହାର ମ୍ୟୁଜିକକୁ ମଧ୍ୟ ଗୁଣବନ୍ତ ସେନ କମ୍ପୋଜ କରିଥିବା ବେଳେ ଏହି ଗୀତକୁ ଆବିଦ ଅଲୀ ଲେଖିଛନ୍ତି ।

ଏହି ଗୀତରେ ସପ୍ନାଙ୍କ ସହିତ ଅଭୟ ଦେଓଲ ମଧ୍ୟ ନଜର ଆସିଛନ୍ତି । ସପ୍ନାଙ୍କ ପୋଗ୍ରାମ ପରି ଏହି ଗୀତର ସୁଟିଂ କରାଯାଇଛି । ସେହିପରି ଏହି ଗୀତରେ ଅଭୟଙ୍କ ମଜାଦାର ଅନ୍ଦାଜ ଆପଣଙ୍କୁ ଧମେନ୍ଦ୍ରଙ୍କ କଥା ମନେପକାଇଦେବ । ଏହି ଗୀତ ରିଲିଜ ହେବା ପରେ ଏହା ଭାଇରାଲ ହେବାରେ ଲାଗିଛି । ଗୋଟିଏ ଦିନରେ ଏହାକୁ ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି ।

ବିଗ୍ ବସ ପରେ ହରିୟାଣୀ ସେନସେସନ ସପ୍ନାଙ୍କ ଡିମାଣ୍ଡ ଖୁବ ବଢିଯାଇଛି । ଏହା ବଲିଉଡରେ ସପ୍ନାଙ୍କର ଦ୍ୱିତୀୟ ଡ୍ୟାନ୍ସ ନମ୍ବର । ଏହା ପୂର୍ବରୁ ସେ ‘ବିରେ କି ୱେଡିଂ’ର ଏକ ଡ୍ୟାନ୍ସ ନମ୍ବରରେ ନଜର ଆସିଥିଲେ । ଏହା ବ୍ୟତିତ ଶୁଣିବାକୁ ମିଳୁଛି ଯେ ସପ୍ନା ‘ରେସ-୩’ର ଏକ ଡ୍ୟାନ୍ସ ନମ୍ବରରେ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More