Only for Entertainment

ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ବାୟୋପିକର ସେଟରେ ବିବେକ ଓବରୟ କରୁଛନ୍ତି ଏହି କାମ, ତାପରେ ଯାଇ ଦିଅନ୍ତି ଦମଦାର ସଟ୍ !

33

ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ବାୟୋପିକରେ ଦମଦାର ରୋଲ ତୁଲାଇବା ପାଇଁ ବିବେକ ଓବରୟଙ୍କୁ ଏହି କାମ କରିବାକୁ ପଡୁଛି । ମିଳିତ ସୂତ୍ରରୁ ପ୍ରକାଶ ଯେ ବିବେକ ଓବରୟ ସେଟରେ ବହୁତ କାମ କରୁଛନ୍ତି । ସେଟରେ କମ କଥା ହେବା କାରଣ ଅଭିନେତା ତାଙ୍କର ସମସ୍ତ ଶକ୍ତି ପ୍ରଧାନମନ୍ତ୍ରୀଙ୍କ ସ୍ୱର ବାହାର କରିବାରେ ବ୍ୟବହାର କରୁଛନ୍ତି ।

ଟ୍ୱିଟରରେ ଅପଲୋଡ ଫିଲ୍ମର ଏକ ପୋଷ୍ଟରରେ ଅଭିନେତା ବିବେକ ଓବରୟ ମୋଦିଙ୍କ ଭୂମିକା ତୁଲାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଥିରେ ଲେଖା ହୋଇଛି ଦେଶ ଭକ୍ତି ମୋର ଶକ୍ତି । ଯେଉଁଥିରେ ତ୍ରିରଙ୍ଗା ସାମ୍ନାରେ ପିଏମ ମୋଦି ଅର୍ଥାତ ବିବେକ ଓବରୟ ଶାନ୍ତ ଭାବରେ ଛିଡା ହୋଇଛନ୍ତି ।


ପ୍ରଧାନମନ୍ତ୍ରୀଙ୍କ ୨୦୧୪ବେଳେ ରାଜନୈତିକ ଯାତ୍ରା ସମୟରେ ବଡ ଘଟଣା ଦୃଶ୍ୟ ଡୁନରେ ସୁଟ କରାଯାଉଛି । ଏହି ଫିଲ୍ମରେ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂ , ବିଜେପି ନେତା, ଅମିତ ଶାହ, ମୁରଲୀ ମନୋହର ଯୋଶୀ, ଏଲକେ ଆଡଭାଣୀ, ରାହୁଲ ଗାନ୍ଧୀ, ଇନ୍ଦ୍ରା ଗାନ୍ଧୀ ଭଳି ଭୂମିକା ମଧ୍ୟ ଦେଖିବାକୁ ମିଳିବ ।

ଏହି ଫିଲ୍ମରେ ଡୁନର କଳାକାର ମଧ୍ୟ ନିଜ ପ୍ରତିଭା ଦେଖାଇବା ପାଇଁ ସୁଯୋଗ ପାଇଛନ୍ତି । ଯେଉଁଥିରେ ଜୋହଡି ଗାଁର ନିବାସୀ ସତୀଶ ଶର୍ମା ବଡ ଉଦ୍ୟୋଗପତି ଭୂମିକାରେ ନଜର ଆସିବେ । ଓମଙ୍ଗ କୁମାରଙ୍କ ନିଦ୍ଦେର୍ଶନାରେ ପ୍ରସ୍ତୁତ ହେଉଥିବା ଏହି ଫିଲ୍ମର ପ୍ରଡକ୍ସନ ଅଭିନେତା ବିବେକଙ୍କ ବାପା ସୁରେଶ ଓବରୟ କରିଛନ୍ତି । ସେ ବଲିଉଡରେ ଅନେକ ଫିଲ୍ମରେ ନିଜର ଯାଦୁ ଦେଖାଇ ସାରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More