Only for Entertainment

ଅଭିନେତ୍ରୀ ଦିଶା ପଟାନୀ ରକ୍ଷା ବନ୍ଧନ ପୂର୍ବରୁ ଭାଇକୁ ଦେଲେ ଏହି ଉପହାର, ଲକ୍ଷରୁ ଅଧିକ ଲୋକ କରିଛନ୍ତି ଲାଇକ ।

zee news
0 45

ଭାଇ ଭଉଣୀଙ୍କ ପବିତ୍ର ପର୍ବ ରକ୍ଷା ବନ୍ଧନ ୨୬ ଅଗଷ୍ଟରେ ପୁରା ଦେଶ ପାଳନ କରିବାକୁ ଯାଉଛି । ଏହି ପର୍ବକୁ ପାଳନ କରିବା ପାଇଁ ବଜାର ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛି । ବଜାରରେ ବିଭିନ୍ନ ଡିଜାଇନର ରାକ୍ଷୀ ଦେଖିବାକୁ ମିଳୁଛି । ସେହିପରି ସୋସିଆଲ ମିଡିଆରେ ମଧ୍ୟ ରାକ୍ଷୀକୁ ନେଇ ଅନେକ କାମ୍ପେନ ଦେଖିବାକୁ ମିଳୁଛି । ବଲିଉଡ ଅଭିନେତ୍ରୀ ଦିଶା ପଟାନୀ ରାକ୍ଷୀକୁ ନେଇ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ଦିଶା ତାଙ୍କର ଛୋଟ ଭାଇ ସୂରୀକୁ ସରପ୍ରାଇଜ ଗିଫ୍ଟ ଦେଉଥିବା ନଜର ଆସିଛନ୍ତି । ଏହି ଭିଡିଓକୁ ଏପର୍ଯ୍ୟନ୍ତ ଏକ ଲକ୍ଷରୁ ଅଧିକ ଲୋକ ଲାଇକ କରି ସାରିଛନ୍ତି ।

ଦିଶା ଏହି ଭିଡିଓ ସେୟାର କରି ଲେଖିଥିଲେ, ନୂଆ ସ୍ମୃତି ତିଆରି କରୁଛି ଏବଂ ପୁରୁଣା ସ୍ମୃତିକୁ ତାଜା କରୁଛି । ଏହି ଭିଡିଓରେ ଦିଶା କହିଛନ୍ତି ତାଙ୍କ ଭାଇ ତାଙ୍କ ଠାରୁ ୧୦ ବର୍ଷ ସାନ । ସେଥିପାଇଁ ସେ ଦିଶାଙ୍କ ପାଇଁ ଖୁବ ଖାସ ଅଟନ୍ତି । ଭିଡିଓରେ ଦିଶା ଭାଇ ସୂରୀଙ୍କ ପିଲାଦିନର ସବୁଠାରୁ ସୁନ୍ଦର ଫଟୋକୁ ରିକ୍ରିଏଟ କରୁଥିବା ଦେଖିବାକୁ ମିଳିଛି ।

ଦିଶାଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ସେ ଖୁବ ଶୀଘ୍ର ସଲମାନ ଖାନ ବହୁ ପ୍ରତିକ୍ଷିତ ଫିଲ୍ମ ଭାରତରେ ନଜର ଆସିବେ । ଫିଲ୍ମରେ ତାଙ୍କର ଲୁକ ପୂରା ଭିନ୍ନ ରହିବ ବୋଲି ଶୁଣିବାକୁ ମିଳୁଛି । ଫିଲ୍ମରେ ସଲମାନ ଖାନଙ୍କ ସହିତ କ୍ୟାଟ୍ରିନା କୈଫ, ତବୁ ଆଦି ନଜର ଆସିବେ । ବତ୍ତ ର୍ମାନ ଫିଲ୍ମର ସୁଟିଂ ମାଲ୍ଟାରେ ଆରମ୍ଭ ହୋଇସାରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More