Only for Entertainment

ଏକ ଦୁର୍ଘଟଣା ପରେ ଆର୍ମି ପଦବୀ ଛାଡିବାକୁ ପଡିଥିଲା: ମାହି ଗିଲ

India TV
0 68

ବଲିଉଡ ଅଭିନେତ୍ରୀ ମାହି ଗିଲଙ୍କ ଅଭିନୀତ ଫିଲ୍ମ ‘ସାହେବ ବିବି ଗ୍ୟାଙ୍ଗଷ୍ଟର୩’ଆଜି ରିଲିଜ ହୋଇଛି । ପ୍ରମୋସନ ସମୟରେ ଏକ ସାକ୍ଷାତକାରରେ ମାହି କହିଛନ୍ତି ଯେ ଯଦି ସେ ଅଭିନେତ୍ରୀ ନହୋଇଥାଆନ୍ତେ ତେବେ ନିଶ୍ଚୟ ଆର୍ମିର କୌଣସି ଭଲ ପୋଷ୍ଟରେ ଚାକିରୀ କରୁଥାଆନ୍ତି ।

ଚଣ୍ଡିଗଡର ଜମିଦାର ପରିବାରର ଅଟନ୍ତି ମାହି । ତାଙ୍କ ବାପା ଜଣେ ସରକାରୀ ଅଫିସର ଏବଂ ମା ଜଣେ ଲେକ୍ଚର । ତାଙ୍କର କେବେ ଅଭିନୟ ପାଇଁ ଇଚ୍ଛା ନଥିଲା । ତାଙ୍କୁ ଆର୍ମିରେ ଜଏନ କରିବାର ଥିଲା ଏବଂ ସେ ସେଥିପାଇଁ ବଛାଯାଇଥିଲେ ମଧ୍ୟ । ମାତ୍ର ଚେନ୍ନାଇ ଗଲାବେଳେ ତାଙ୍କ ସହ ଏକ ଅଘଟଣ ଘଟିଥିଲା ଯେଉଁକାରଣରୁ ତାଙ୍କୁ ଆର୍ମି ପଦବୀ ଛାଡିବାକୁ ପଡିଥିଲା ।

ଚେନ୍ନାଇରେ ଏୟାରପୋର୍ଟରେ ପାରାସେଲିଂ ଟ୍ରେନିଂ ସମୟରେ ତାଙ୍କର ଫ୍ରିି ଫଲ ହେବା କାରଣରୁ ଘର ଲୋକ ଭୟଭୀତ ହୋଇପଡିଥିଲେ । ଯେଉଁକାରଣରୁ ତାଙ୍କୁ ଘରକୁ ଡାକିଥିଲେ । ଯେତେବେଳେ ସେ ପାରାସୁଟରୁ ତଳକୁ ପଡିଯିବାକୁ ଲାଗିଲେ ତାଙ୍କର ଡର ଥିଲା ତାଙ୍କ ପକେଟରେ ଥିବା ୫ଟି ଲଭ ଲେଟର ଯାହା ସେ ତାଙ୍କ ବୟଫ୍ରେଣ୍ଡଙ୍କ ପାଇଁ ଲେଖିଥିଲେ । ଯଦି ସେହି ଚିଠି ପଡିଯାଇଥାଆନ୍ତା ତେବେ ତାଙ୍କ କୋଚ ଜାଣିଦେଇଥାଆନ୍ତେ ଏବଂ ତାଙ୍କୁ ଲଜ୍ଜା ଅନୁଭବ ହୋଇଥାଆନ୍ତା ।

ଆର୍ମିର ଅନେକ କାର୍ଯ୍ୟରେ ସେ ଭଲ ପରଫର୍ମ କରିବାରୁ ତାଙ୍କୁ ପ୍ରଶଂସା ମିଳୁଥିଲା । ସେ ଫାୟାରିଂ ପାଇଁ ଏତେ ଭଲ କମାଣ୍ଡ ଦେଉଥିଲେ ଯେ ତାଙ୍କୁ କମାଣ୍ଡ ଦେବା ଲାଗି ସାଧାରଣତନ୍ତ୍ର ଦିବସରେ ଡକା ଯାଉଥିଲା । ମାତ୍ର ତାଙ୍କୁ ହୁଏତ ଅଭିନେତ୍ରୀ ହେବାର ଥିଲା ତେଣୁ ସେ ଆର୍ଗିରେ ଆଗକୁ ବଢିପାରିନଥିବା ମାହି କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More