Only for Entertainment

ଆଲିୟାଙ୍କୁ ଟକ୍କର ଦେବା ଲାଗି ଅଂଟା ଭିଡିଲେଣି ଜାହ୍ନବୀ, ଧଡକ ଏବଂ ତଖ୍ତ ପରେ ଏବେ ଆଉ ଏକ ଫିଲ୍ମ ପାଇଁ କଲେ ସାଇନ !

0 26

କିଛି ଦିନ ପୂର୍ବେ ଫିଲ୍ମ ଧଡକ ଜରିଆରେ ବଲିଉଡରେ ପ୍ରଥମ ପାଦ ଥାପି ଥିବା ଜାହ୍ନବୀ କପୂର, ଖୁବ ଶୀଘ୍ର ଇଣ୍ଡଷ୍ଟ୍ରିର ପ୍ରଥମ ପସନ୍ଦ ହେଉଥିବା ନଜର ଆସିଛନ୍ତି । ଧଡକ’ର ସଫଳତା ବିଷୟରେ ଆମ ସମସ୍ତଙ୍କୁ ଜଣା, ଯେଉଁ କାରଣରୁ ଜାହ୍ନବୀ କପୁରଙ୍କୁ ନିଜ ଆଗାମୀ ଫିଲ୍ମ ‘ତଖ୍ତ’ରେ କରଣ ସାଇନ କରିଛନ୍ତି । ଏହି ଫିଲ୍ମରେ ତାଙ୍କ ଦାଦା ଅନୀଲ କପୂର ମଧ୍ୟ ନଜର ଆସିବେ ।

ତେବେ ଏବେ ତାଜା ଖବର ଶୁଣିବାକୁ ମିଳିଛି ଯେ ଜାହ୍ନବୀ ନିଜର ତୃତୀୟ ଫିଲ୍ମ କରଣଙ୍କ ସହ କରିବେ ବୋଲି ସାଇନ କରି ସାରିଛନ୍ତି । ମୁମ୍ବାଇ ମିରୋର ରିପୋର୍ଟ ମୁତାବକ ଜାହ୍ନବୀ ଧର୍ମା ପ୍ରଡକ୍ସନ ଅନ୍ତର୍ଗତ ଫିଲ୍ମ ଗୁଂଜନ ସକ୍ସେନାଙ୍କ ବାୟୋପିକ ଫିଲ୍ମ ସାଇନ କରିଛନ୍ତି । ଏହି ଫିଲ୍ମରେ ଜାହ୍ନବୀ ଇଣ୍ଡିଆନ ଏୟାରଫୋର୍ସ ପାୟଲଟ ଗୁଂଜନଙ୍କ ଭୂମିକାରେ ନଜର ଆସିବେ, ଯାହାଙ୍କୁ ୧୯୯୯ ଯୁଦ୍ଧ ସମୟରେ କାରଗିଲକୁ ପୋଷ୍ଟ କରାଯାଇଥିଲା ।

ଏଠାରେ ଆମେ କହି ରଖୁଛୁ ଯେ ଜାହ୍ନବୀ ଏହି ଫିଲ୍ମର ପ୍ରସ୍ତୁତି ଆରମ୍ଭ କରି ସାରିଲେଣି । ଏହି କାରଣରୁ ସେ ଗୁଂଜନଙ୍କୁ ଦୁଇ ଥର ଦେଖା ମଧ୍ୟ କରି ସାରିଲେଣି । ମାତ୍ର ଏହି ଫିଲ୍ମର ନିର୍ଦ୍ଧେଶନା କିଏ କରିବ ଏବେ ଯାଏଁ କୌଣସି ନିର୍ଦ୍ଧିଷ୍ଟ ଜଣା ପଡିନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More