Only for Entertainment

ସୋନମଙ୍କ ପରେ ଏବେ ପ୍ରିୟଙ୍କା କରିପାରନ୍ତି ବିବାହ,ନିକ ଜୋନ୍ସ ଖୋଲା ଖୋଲି ଭାବେ କହିଲେ ନିଜ ମନ କଥା ।

Amarujala
0 58

ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ନିଜର ଦୁଇ ସାଥୀଙ୍କ ସହ ମସ୍ତି କରୁଥିବା ମୁହୂର୍ତ୍ତର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହି ଫଟୋରେ ନିକ ଜୋନ୍ସ କମେଣ୍ଟ କରି ଲେଖିଛନ୍ତି “ମୁଝସେ ଶାଦି କରୋଗି?” । ଏହି ଫଟୋରେ ଏଭଳି କମେଣ୍ଟ ଦେଖିଲା ପରେ ଏହି ଫଟୋ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଇଣ୍ଟରନେଟରେ ଭାୟରଲ ଏହି ଫଟୋ ସମସ୍ତଙ୍କୁ ଭରସା ଦେଇ ସାରିଛି ଯେ ଏହି ଯୋଡ଼ି ହୁଏତ ଖୁବ ଶୀଘ୍ର ଵିଵାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

ଦେଶୀ ଗର୍ଲଙ୍କ ଫ୍ୟାନ୍ସ ଙ୍କ ପାଇଁ ଏହା ହୁଏତ ଖୁବ ଖୁସିର କଥା କିନ୍ତୁ ଏଥିରେ ଏକ ଟ୍ୱିଷ୍ଟ ରହିଛି ।

ଅର୍ଥାତ ପିଗି ଚପ୍ସଙ୍କୁ ସାରା ଦୁନିଆ ସାମ୍ନାରେ ବିବାହ ପାଇଁ ପ୍ରୋପୋଜଲ ଦେଇଥିବା କମେଣ୍ଟ ନିକ ନିଜେ ଲେଖି ନାହାନ୍ତି ବରଂ ଏଭଳି କମେଣ୍ଟ ନିକଙ୍କ ଫ୍ୟାନ୍ସ କ୍ଲବ ତରଫରୁ କରାଯାଇଛି ।

ଏଠାରେ ଆମେ କହି ରଖୁଛୁ ଯେ ଦୁହିଁଙ୍କ ବୟସ ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି । ପ୍ରିୟଙ୍କା ଙ୍କୁ ୩୫ବର୍ଷ ହେବା ବେଳେ ଏବେ ନିକଙ୍କୁ ୨୫ବର୍ଷ। ଫଟୋରେ ମଧ୍ୟ ନିକ ପ୍ରିୟଙ୍କା ଙ୍କ ସାମନା ରେ ଛୁଆ ଭଳି ଦିଶୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More