Only for Entertainment

ଟାଇଗରଙ୍କ ପରେ ଶାହିଦଙ୍କ ସହିତ ରୋମାନ୍ସ କରିବେ ଏହି ନବାଗତ ଅଭିନେତ୍ରୀ, ମିଳିଲା ବଡ ପ୍ରୋଜେକ୍ଟ

newsx
0 55

‘ଷ୍ଟୁଡେଣ୍ଟ ଅଫ ଦି ଇୟର ୨’ ଜରିଆରେ ବଲିଉଡ ଡେବ୍ୟୁ କରିବାକୁ ଯାଉଥିବା ତାରା ସୁତାରିୟାଙ୍କ ଖୁସି ଏବେ ଦୁଇଗୁଣ । ଖବର ଅନୁସାରେ ତାରାଙ୍କୁ ଶାହିଦ କପୁରଙ୍କ ବିପକ୍ଷରେ ସାଇନ କରାଯାଇଛି । ତାରାଙ୍କୁ ‘ଅର୍ଜୁନ ରେଡ୍ଡୀ’ ରିମେକରେ ଶାହିଦ କପୁରଙ୍କ ସହିତ ରୋମାନ୍ସ କରିବାର ଦେଖିବାକୁ ମିଳିବ ।

tara

ଫିଲ୍ମର ସୁଟିଂ ଚଳିତ ବର୍ଷ ଜୁଲାଇରୁ ଆରମ୍ଭ ହେବ । ଫିଲ୍ମର ସୁଟିଂ ପାଇଁ ଲୋକେସନ ଏପର୍ଯ୍ୟନ୍ତ ଫାଇନାଲ ହୋଇନଥିବା ବେଳେ ଭାରତ ଏବଂ ଭାରତ ବାହାରେ ଏହାର ସୁଟିଂ କରାଯିବ ବୋଲି ଖବର ଶୁଣିବାକୁ ମିଳିଛି । କିଛି ସମୟରୁ ଅନୁମାନ କରାଯାଉଥିଲା ଯେ ଫିଲ୍ମର ଲିଡ ରୋଲରେ ଶାହିଦ କପୁର ନଜର ଆସିବେ । ଏହାପରେ ଶାହିଦ ଟୁଇଟ କରି ଫିଲ୍ମରେ ସେ ନଜର ଆସିବେ ବୋଲି ସୂଚନା ଦେଇଥିଲେ ।


ଅନ୍ୟପକ୍ଷରେ ତାରା ବର୍ତ୍ତମାନ ଡେରାଡୁନରେ ଟାଇଗର ଶ୍ରଫ ଏବଂ ଅନନ୍ୟା ପାଣ୍ଡେଙ୍କ ସହିତ ନିଜର ପ୍ରଥମ ବଲିଉଡ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦି ଇୟର ୨’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ତାରାଙ୍କ ଏହି ଡେବ୍ୟୁ ଫିଲ୍ମ ୧୮ ନଭେମ୍ବରରେ ରିଲିଜ ହେବ । ତେବେ ପ୍ରଥମ ଫିଲ୍ମ ରିଲିଜ ହେବା ପୂର୍ବରୁ ତାରାଙ୍କୁ ଆଉ ଏକ ବଡ ଫିଲ୍ମର ଅଫର ମିଳିବା ନିଶ୍ଚିତ ଭାବେ ଏକ ଖୁସିର ବିଷୟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More