Only for Entertainment

ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ରଖିବେ ନୀଳ ନୟନା ଐଶ୍ୱର୍ଯ୍ୟା ।

Jinnions
0 36

ଆଗାମୀ ଦିନରେ ଫିଲ୍ମ ନିର୍ଦ୍ଦେଶନା କ୍ଷେତ୍ରକୁ ଓହ୍ଲେଇ ପାରନ୍ତି ଐଶ୍ୱର୍ଯ୍ୟା । ଏହା ଆମେ କହୁନାହୁଁ ଏଭଳି ସମ୍ଭାବନା ରହିଛି ବୋଲି କହିଛନ୍ତି ତାଙ୍କ ସ୍ୱାମୀ ତଥା ଅଭିନେତା ଅଭିଷେକ ବଚ୍ଚନ ।

୨ ବର୍ଷର ବ୍ୟବଧାନ ପରେ ‘ମନମର୍ଜିୟାଁ’ ମାଧ୍ୟମରେ ଫେରିଛନ୍ତି ଅଭିଷେକ । ଲୋକେ ମଧ୍ୟ ତାଙ୍କ ଅଭିନୟକୁ ପ୍ରଶଂସା କରିଛନ୍ତି । ଏନେଇ ଆୟୋଜିତ ଏକ ସାକ୍ଷାତକାରରେ ଅଭିଷେକ ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ । ଫିଲ୍ମ ନିର୍ଦ୍ଦେଶନା କ୍ଷେତ୍ରକୁ ନେଇ ଏକ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ, ବର୍ତ୍ତମାନ ମୋର ଏଭଳି କିଛି ଯୋଜନା ନାହିଁ, ମୁଁ ଆକ୍ଟିଂ ଉପରେ ଆହୁରି ଫୋକସ କରିବାକୁ ଚାହୁଁଛି ।

abhi-aish

ତେବେ ପତ୍ନୀ ଐଶ୍ୱର୍ଯ୍ୟା ଫିଲ୍ମ ନିର୍ଦ୍ଦେଶକ ବନିବାକୁ ଚାହୁଁଛନ୍ତି ବୋଲି ଅଭିଷେକ କହିଥିଲେ । ସେ କହିଥିଲେ ଯେ, ଫିଲ୍ମ ସୁଟିଂ ସମୟରେ ଐଶ୍ୱର୍ଯ୍ୟା ଫିଲ୍ମ ମେକିଂର ଛୋଟଛୋଟ ଦିଗକୁ ଧ୍ୟାନର ସହ ଦେଖୁଛନ୍ତି । ଫିଲ୍ମର ସଟକୁ ନେଇ ଆଲର୍ଟ ରହୁଛନ୍ତି, ସଟ ସରିବା ପରେ ସେ ଧ୍ୟାନର ସହ ଦେଖୁଛନ୍ତି ଏହା ଠିକ ଢଙ୍ଗରେ ହୋଇଛି ନା ନାହିଁ ।

ତେବେ ଏହି ଖବର କେତେ ଦୂର ସତ ତାହା ତ ଆଗାମୀ ଦିନରେ ଜଣାପଡିବ । ଫିଲ୍ମ ବିଷୟରେ କହିବାକୁ ଗଲେ ଉଭୟ ଅଭିଷେକ ଏବଂ ଐଶ୍ୱର୍ଯ୍ୟା ଦୀର୍ଘ ଦିନ ପରେ ଫିଲ୍ମ ଗୁଲାବ ଜାମୁନରେ ଏକା ସହିତ ନଜର ଆସିବେ । ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଅନୁରାଗ କଶ୍ଚ୍ୟପ । । ତେବେ ଫିଲ୍ମଟିର ସୁଟିଂ ଆଗାମୀ ବର୍ଷ ମେ ମାସରେ ଆରମ୍ଭ ହେବ ବୋଲି ଶୁଣିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More