Only for Entertainment

ଅଜୟ ଦେବଗନଙ୍କ ନାମରେ ୨୦୦ କୋଟିର ଠକେଇ ଅଭିଯୋଗ, ସାମ୍ନାକୁ ଆସିଲା ଏହି ସତ୍ୟ ।

hd wallpapers
0 51

ୟୁପିର ଏସଟିଏଫର ପ୍ରଖ୍ୟାତ ଅଭିନେତା ଅଜୟ ଦେବଗନଙ୍କ ନାମରେ ୨୦୦ କୋଟି ଠକେଇ ଅଭିଯୋଗରେ ମାମଲା ରୁଜୁ ହୋଇଛି । ଏହି ମାମଲାରେ ପୂର୍ବ ମିସ ଜମ୍ମୁ ଅନାରା ଗୁପ୍ତାଙ୍କ ନାମରେ ମଧ୍ୟ କେସ ରୁଜୁ ହୋଇଛି । ଏସଟିଏଫ ଯାଂଚପରେ ଠକେଇର ମାଷ୍ଟର ମାଇଣ୍ଡ ଓମପ୍ରକାଶଙ୍କ ଯାଦବଙ୍କୁ ଏହ୍ଲାବାଦର ସିଭିଲ ଲାଇନସ ଇଲାକାରୁ ଗିରଫ କରାଯାଇଛି । ତା’ଠାରୁ ମୋବାଇଲ, ଲାପଟପ,ଅନ୍ୟ ଡକୁୁମେଂଟ ଏବଂ ହ୍ୱାଟସଅପରେ ହୋଇଥିବା ଚାଟିଂକୁ ଜବତ କରିବା ସହିତ ଅନାରା ଗୁପ୍ତାଙ୍କୁ ମଧ୍ୟ ଗିରଫ କରାଯାଇଛି । ଏସଟିଏଫର ସୂଚନା ଅନୁସାରେ ଏହି ଲୋକମାନଙ୍କର ଜାଲ ହରିୟାଣା, ରାଜସ୍ଥାନ, ଚଣ୍ଡିଗଡ଼ ଏବଂ ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ପର୍ଯ୍ୟନ୍ତ ବିଛାଇ ହୋଇ ରହିଥିଲା । ଏ ସମସ୍ତେ ଖୁବ ଚାଲାକିର ସହିତ ରାଜ୍ୟର ହଜାର ହଜାର ଲୋକଙ୍କ ଠାରୁ ଠକେଇ କରିଛନ୍ତି । ଯେଭଳିକି ପୂର୍ବ ମିସ ଜମ୍ମୁ ଅନାରା ଗୁପ୍ତା ଭିନ୍ନ ଭିନ୍ନ ସହରକୁ ଯାଇ ନିଜ ପ୍ରଡକ୍ସନ ହାଉସ ବିଷୟରେ ସୂଚନା ଦେଉଥିଲେ ଏବଂ ଟଙ୍କା ରୋଜଗାରର ଲୋଭ ଦେଖାଇ ତାଙ୍କ ପ୍ରଡକ୍ସନ ହାଉସରେ ଟଙ୍କା ବିନିଯୋଗ କରିବାକୁ ପ୍ରବର୍ତ୍ତଉଥିଲେ ।

ଏସଟିଏଫର ସନ୍ଦେହ ଅନୁସାରେ ଏଥିରେ ଅନ୍ୟକିଛି ଲୋକମାନେ ମଧ୍ୟ ସାମିଲ ଅଛନ୍ତି, ଯାହାକୁ ସେମାନେ ଖୁବଶୀଘ୍ର ଗିରଫ କରିନେବେ । ଠକେଇର ମାଷ୍ଟରମାଇଣ୍ଡ ଓମପ୍ରକାଶ ଏହ୍ଲାବାଦର ତେଲିଆଗଂଜରେ ରହୁଥିବା ଓମପ୍ରକାଶ ନାମରେ ହଜାରରୁ ଅଧିକ ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ଠକେଇରେ ଶୀକାର ହୋଇଥିବା ଝୁଂସି ନିବାସୀ ରାକେଶ ମିଶଙ୍କ୍ର ସମେତ ଅନ୍ୟ କେତେକ ଲୋକ କେସ ଦେଇଛନ୍ତି । ସେମାନେ ଏକ ପ୍ରଡକ୍ସନ ହାଉସ ଖୋଲି ଲୋକଙ୍କୁ କାମ ଦେବା ଆଶାରେ ତାଙ୍କ କଂପାନୀ ସହିତ ଯୋଡ଼ି ହେବାକୁ କହୁଥିଲେ । କିଛିଦିନ ପରେ ଓମପ୍ରକାଶ ସେହି କଂପାନୀରେ ହଜାର ଲୋକଙ୍କୁ ଯୋଡ଼ି ତିନି କୋଟି ଟଙ୍କା ଜମା କରି୍ଥିଲା । ଲୋକଙ୍କୁ ଲୋଭ ଦିଆଯାଉଥିଲାଯେ ଅଜୟ ଦେବଗନଙ୍କ ଫିଲ୍ମ ଦିଲୱାଲେ ପାର୍ଟ ଟୁ ତିଆରି ହେବାକୁ ଯାଉଛି । ଯେଉଁଥିରେ ଇନଭେଷ୍ଟ କଂପାନୀ ୩୩ କୋଟି ଟଙ୍କ ଜମା କରିଛନ୍ତି । ସର୍ତ୍ତ ମୁତାବକ ଯେଉଁମାନେ ଟଙ୍କା ଇନଭେଷ୍ଟ କରିଥିବେ ଫିଲ୍ମର ରିଲିଜ ପରେ ଲାଭ ଟଙ୍କାକୁ ସେମାନଙ୍କୁ ଦିଆଯିବ । ଏହି ପ୍ରଡକ୍ସନ ହାଉସର ନାମ ଏମ୍ପରର ମିଡିଆ ଆଣ୍ଡ ଏଂଟରଟେନମେଂଟ ପ୍ରାଇଭେଟ ଲିମିଟେଡ ରଖାଯାଇଥିଲା ।

ଶୁକ୍ରବାରଦିନ ଲକ୍ଷେ୍ନର ବିଭୂତି ଖଣ୍ଡ ଥାନାରେ ଲୋକଙ୍କଠାରୁ ଅନଲାଇନରେ ଟଙ୍କା ଜମାକରି ଠକିଥିବା ଅଭିଯୋଗରେ ଅନାରା ଗୁପ୍ତାଙ୍କ ସମେତ ୪ଜଣ ଲୋକଙ୍କ ବିରୁଦ୍ଧରେ କେସ ରୁଜୁ କରାଯାଇଥିଲା । ସୂଚନା ଅନୁସାରେ ଅଜୟ ଦେବଗନ ଏବେ ତାଙ୍କ ଫିଲ୍ମ ରେଡର ସୁଟିଂରେ ବ୍ୟସ୍ତ ଅଛନ୍ତି । କିନ୍ତୁ ଅଜୟଙ୍କ ଷ୍ଟାଫ ଏହି ବିଷୟରେ କିଛି ଜାଣିନଥିବା ସୂଚନା ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More