Only for Entertainment

ଡକାୟତ ଫୁଲନ ଦେବୀଙ୍କୁ ହତ୍ୟା କରିଥିବା ଭୂମିକାରେ ଶେର ସିଂଙ୍କ ଭୂମିକା ପ୍ଲେ କରିବେ ଅଜୟ ଦେବଗନ ?

THE INDIAN EXPRESS
0 34

ଅଭିନେତା ଅଜୟ ଦେବଗନ ମରାଠାଙ୍କ ଜୀବନ ଉପରେ ପ୍ରସ୍ତୁତ ହେଉଥିବା ‘ତାନାଜୀ ଦ ଅନସଙ୍ଗ ୱାରିଅର’ରେ ନଜର ଆସିବେ । ପୂର୍ବ ବର୍ଷ ଫିଲ୍ମର ଫାଷ୍ଟ ଲୁକ ଅଜୟ ସୋସିଆଲ ମିଡିଆରେ ସେୟାର କରିଥିଲେ ଯାହାକୁ ଲୋକମାନେ ଖୁବ ପ୍ରଶଂସା କରିଥିଲେ ।

ଏହାମଧ୍ୟରେ ଅଭିନେତା ଆଉ ଏକ ରିଅଲ ଲାଇଫ ଉପରେ ନିଜର ଇଚ୍ଛା ପ୍ରକାଶ କରିଛନ୍ତି । ଖବର ମୁତାବିକ, ଅଜୟ ଦେବଗନ ବଡ ପରଦାରେ ଶେର ସିଂ ରାଣାଙ୍କ ଭୂମିକାରେ ନଜର ଆସିବେ । ରାଣାଙ୍କ ୨୫ଜୁଲାଇରେ ୨୦୦୧ରେ ପୂର୍ବ ଡକାୟତି ଏବଂ ସଂସଦ ଫିଲ୍ମ ଫୁଲନ ଦେବୀଙ୍କୁ ତାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ହତ୍ୟା କରିଥିବା ଆରୋପ ଲଗାଯାଇଥିଲା । ବିଶେଷ ସୂତ୍ର ମୁତାବିକ ରାଣାଙ୍କର ଏଭଳି ରୋମାଂଚକର ଜୀବନ କାହାଣୀ ଅଜୟଙ୍କୁ ଏପରି ଆକୃଷ୍ଟ କରିଛି ଯେ ସେ ଏହି ଫିଲ୍ମରେ ସେହି ଭୂମିକାରେ ଅଭିନୟ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ।

ରାଣାଙ୍କୁ ୨୦୦୬ରେ କୋଲକତାରେ ଧରା ଯାଇଥିଲା । ସେ ତାଙ୍କ ବିଷୟରେ ଜେଲରେ ଏକ ପୁସ୍ତକ ଲେଖି, ଥିଲେ ଯାହାର ନାଁ ଦେଇଥିଲେ ‘ଜେଲ ଡାୟରୀ: ତିହାଡ ସେ କାବୁଲ କନ୍ଧାର ତକ’ ।

ଏଠାରେ ଆମେ କହି ରଖୁଛୁ ଯେ, ୨୦୧୪ରେ ଦିଲ୍ଲୀ ହାଇକୋର୍ଟ ରାଣାଙ୍କ ଦୋଷୀ ସାବ୍ୟସ୍ତ କରିଥିଲା । ଏଠାରେ ଶୁଣିବାକୁ ମିଳିଛି ଯେ ଏହି ଫିଲ୍ମ ପାଇଁ ଅଜୟ ଆସନ୍ତା ବର୍ଷରୁ ପ୍ରସ୍ତୁତି ଆରମ୍ଭ କରିବେ । ଫିଲ୍ମର ନିର୍ଦ୍ଦେଶକଙ୍କୁ ନେଇ ଦ୍ୱନ୍ଦରେ ଅଛନ୍ତି । ମାତ୍ର ବିଶେଷ ସୂତ୍ରରୁ ପ୍ରକାଶ ଯେ ଅଜୟ ଏହି ଫିଲ୍ମରେ ନିଜେ ପ୍ରଯୋଜନା କରିବାକୁ ମନ ବଳାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More