Only for Entertainment

ଅସୁସ୍ଥ ଅଭିନେତା ଇରଫାନଙ୍କୁ ସୁପରଷ୍ଟାର ଶାହରୁଖ କିଛି ଏଭଳି କଲେ ସାହାଯ୍ୟ !

NBT
0 55

ଯେବେଠାରୁ ଅଭିନେତା ଇରଫାନ ଖାନଙ୍କ ଶରୀରକୁ ନେଇ ଜଡିତ ଖବର ଆସିଛି, ତାଙ୍କ ଫ୍ୟାନ୍ସମାନଙ୍କୁ ଏକ ଶକ୍ତ ଝଟକା ଲାଗିଛି । ପରେ ଜାଣିବାକୁ ମିଳିଥିଲା ଯେ ଇରଫାନଙ୍କୁ ନ୍ୟୁରୋଏଣ୍ଡୋକ୍ରାଇନ ଟ୍ୟୁମର ହୋଇଛି ଯାହାର ଚିକିତ୍ସା ଲଣ୍ଡନରେ ଚାଲିଛି । ଇରଫାନ ନିଜର ଏହି ଭୟାନକ ରୋଗରୁ ଖୁବ ଶୀଘ୍ର ସୁସ୍ଥ ହେବା ଲାଗି ଚିକିତ୍ସିତ ହେବା କାରଣରୁ ସପରିବାର ସହ ଲଣ୍ଡନରେ ଏବେ ରହୁଛନ୍ତି ।

ଗତ କିଛିଦିନ ତଳେ ସେ ଏକ ନୋଟ ଶେୟାର କରିଥିଲେ ଯେଉଁଥିରେ ଲେଖାଥିଲା ସେ ଏହି ଲଢେଇକୁ ବାହାଦୁରୀ ସହ ଲଢୁଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ, ଲଣ୍ଡନ ଯିବା କିଛି ଦିନ ପୂର୍ବେ ଇରଫାନଙ୍କ ପତ୍ନୀ ସୁତାପା ଘନିଷ୍ଠ ବନ୍ଧୁଙ୍କ ମଧ୍ୟରୁ ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କୁ ଫୋନ କରିଥିଲେ ।

ରିପୋର୍ଟ ମୁତାବିକ, ଫୋନ ପହଂଚିବା କ୍ଷଣି ଶାହରୁଖଙ୍କୁ ଦେଖା କରିବା ଲାଗି ପହଂଚିଥିଲେ ଏବଂ ତାଙ୍କ ପରିବାର ସହ ୨ଘଂଟା ମଧ୍ୟ ବିତାଇଥିଲେ ଏବଂ ରହିବା ପାଇଁ ତାଙ୍କର ଲଣ୍ଡନସ୍ଥିତ ଘର ମଧ୍ୟ ଯାଚିଥିଲେ । ଶାହରୁଖ ଏଭଳି କରିବାରୁ ଇରଫାନ ଇମୋସନାଲ ହୋଇ ପଡିଥିଲେ ଏବଂ ଖୁସି ଖୁସି ଶାହରୁଖଙ୍କ ଘର ଚାବି ସ୍ୱୀକାର କରିଥିଲେ । ଇରଫାନ ଏବଂ ତାଙ୍କ ପରିବାରଙ୍କୁ ଘର ଭଳି ଅନୁଭବ କରାଇବା ପାଇଁ ଶାହରୁଖ ଏଭଳି କରିଥିବା ଜାଣିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More