Only for Entertainment

ଅଜୟ ଦେବଗନଙ୍କ ‘ଦେ ଦେ ପ୍ୟାର ଦେ’କୁ ଲାଗିଲା ଶକ୍ତ ଝଟକା, ରିଲିଜ ହେବାର ଗୋଟେ ଦିନ ପୂର୍ବରୁ !

54

ଅଜୟ ଦେବଗନଙ୍କ ଫିଲ୍ମ ‘ଦେ ଦେ ପ୍ୟାର ଦେ’ଚଳିତ ଶୁକ୍ରବାର ଅର୍ଥାତ ୧୭ମେ’ରେ ରିଲିଜ ହେବାକୁ ଯାଉଛି । ଏହାପୂର୍ବରୁ ବଡ ଖବର ସାମ୍ନାକୁ ଆସିଛି । ଖବର ମୁତାବକ ଫିଲ୍ମକୁ ସେନସର ବୋର୍ଡ ୟୁ/ଏ ,ସାର୍ଟିଫିକେଟ ସହ ୩ଟି ପରିବର୍ତ୍ତନ ସହ ରିଲିଜ କରିବାକୁ କହିଛି । ସେନସର ବୋର୍ଡ ଫିଲ୍ମ ଗୀତ ‘ବଡି ଶରାବନ’ରେ କିଛି ପରିବର୍ତ୍ତନ ପାଇଁ କହିଛନ୍ତି । ତାଙ୍କ କହିବା ମୁତାବକ ରାକୁଲ ପ୍ରିତଙ୍କ ହାତରେ ମଦ୍ୟ ପରିବର୍ତ୍ତେ ଫୁଲତୋଡା ଦେବା ପାଇଁ କହିଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ଏହି ଗୀତରେ ରାକୁଲ ଏକ ହ୍ୱିସ୍କି ବୋତଲ ଧରିଛନ୍ତି ଯାହାକୁ ଧରି ସେ ଠୁମକା ଲଗାଉଛନ୍ତି ।
ଏହାସହ ସେନସର ବୋର୍ଡ ଫିଲ୍ମର ୨ଟି ଡାଏଲଗରେ ମଧ୍ୟ ନିଜ ଆପତ୍ତି ଜଣାଇଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ଲବ ରଂଜନ ଏହି ଫିଲ୍ମର କାହାଣୀ ଲେଖିଛନ୍ତି । ଲବ ରଂଜନ ଏହାପୂର୍ବରୁ ପ୍ୟାର କା ପଂଚନାମା ସିରିଜ ଏବଂ ସୋନୁ କି ଟିଟୁ କି ସ୍ୱିଟି ଭଳି ଫିଲ୍ମ କାହାଣୀ ଲେଖିଛନ୍ତି । ସେହିଭଳି ଏହି ଫିଲ୍ମରେ ପ୍ରଯୋଜନା ଭାର ତୁଲାଇଛନ୍ତି ଅଜୟ ଦେବଗନ, ଲବ ଏବଂ ଭୂଷଣ କୁମାର ଓ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଅକିବ ଅଲୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More