Only for Entertainment

୨.୦ରେ ଅକ୍ଷୟ-ରଜନୀକାନ୍ତଙ୍କ ସହିତ ନଜର ଆସିବେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ !

peopletalk
0 23

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଆଗାମୀ ଫିଲ୍ମ ୨.୦ରେ ସ୍ପେଶାଲ ଆପିୟରାନ୍ସରେ ନଜର ଆସିପାରନ୍ତି । ନିକଟରେ ସୁପରହିଟ ଫିଲ୍ମ ରୋବୋଟର ସିକ୍ୱଲ ୨.୦ର ଟିଜର ଭିଡିଓ ରିଲିଜ କରାଯାଇଛି । ଏହି ଫିଲ୍ମରେ ସାଉଥ ସୁପରଷ୍ଟାର ରଜନୀକାନ୍ତ ଏବଂ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ତେବେ ଫିଲ୍ମରେ ବଲିଉଡ ଅଭିନେତ୍ରୀ ଗେଷ୍ଟ ଆପିୟରାନ୍ସରେ ନଜର ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

aish

ଚର୍ଚ୍ଚା ହେଉଛି ଯେ ଐଶ୍ୱର୍ଯ୍ୟା ଫିଲ୍ମରେ ଚିଟ୍ଟୀ ଭୂମିକାରେ ନଜର ଆସିଥିବା ରଜନୀକାନ୍ତଙ୍କ ସହିତ ଏକ ଇମୋଶନାଲ ସିନରେ ନଜର ଆସିବେ । ଏହି ସିନରେ ଐଶ୍ୱର୍ଯ୍ୟା ଚିଟ୍ଟୀକୁ ବିଦା କରୁଥିବାର ନଜର ଆସିବେ । ଯଦି ଏହି ଖବର ସତ ଦୁଏ ତେବେ ୩ ଜଣ ସୁପଷ୍ଟାରଙ୍କୁ ଫିଲ୍ମରେ ଦେଖିବା ମଜାଦାର ରହିବ । ଫିଲ୍ମର ବଜେଟ ୫୦୦ କୋଟି ରହିଥିବା ବେଳେ ମାର୍କେଟିଂ ଏବଂ ପ୍ରମୋଶନରେ ଖର୍ଚ୍ଚ କରାଯିବ ୧୫୦ କେଟି ।

2.0

ଐଶ୍ୱର୍ଯ୍ୟାଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ସେ ନିକଟରେ ‘ଫନ୍ନେ ଖାଁ’ରେ ରାଜ କୁମାର ରାଓ ଏବଂ ଅନିଲ କପୁରଙ୍କ ସହିତ ନଜର ଆସିଥିଲେ । କିନ୍ତୁ ଫିଲ୍ମ ବକ୍ସ ଅଫିସରେ ଏହା କିଛି କମାଲ କରିପାରିଲା ନାହିଁ । ଏହା ସହିତ ସେ ଖୁବ ଶୀଘ୍ର ସ୍ୱାମୀ ଅଭିଷେକ ବଚ୍ଚନଙ୍କ ସହିତ ଫିଲ୍ମ ‘ଗୁଲାବ ଜାମୁନ’ରେ ନଜର ଆସିବେ । ଆସନ୍ତା ବର୍ଷ ଫିଲ୍ମର ସୁଟିଂ ଆରମ୍ଭ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More