Only for Entertainment

ରିଲିଜ ହେଲା ଖିଲାଡୀ କୁମାରଙ୍କ ପ୍ରଥମ ରୋମାଂଟିକ ସ୍ୟାଡ ମ୍ୟୁଜିକ ଭିଡିଓ ‘ଫିଲହାଲ’ !

55

ସବୁବେଳେ ଦର୍ଶକଙ୍କୁ ନିଜ ଅଭିନୟରେ ଇମ୍ପ୍ରେସ କରୁଥିବା ଅଭିନେତା ଖିଲାଡୀ କୁମାରଙ୍କ ସ୍ୟାଡ ମ୍ୟୁଜିକ ଭିଡିଓ ରିଲିଜ ହୋଇଛି । ଏହା ତାଙ୍କର ପ୍ରଥମ ମ୍ୟୁଜିକ ଭିଡିଓ । ଭିଡିଓରେ ତାଙ୍କ ସହ ଅଭିନେତ୍ରୀ କ୍ରିତି ସାନନଙ୍କ ଭଉଣୀ ନୁପୁର ସାନନଙ୍କୁ ଦେଖିବାକୁ ମିଳିଛି । ଗୀତରେ ଶୁଣିବାକୁ ମିଳିଛି ବି-ପ୍ରାକଙ୍କ ଗାୟକି ଏବଂ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମଧ୍ୟ ନିଜେ ବି-ପ୍ରାକ ।

ଗୀତ ବିଷୟରେ କହିବାକୁ ଗଲେ ଅକ୍ଷୟ କୁମାରଙ୍କ ଡାକ୍ତର ଭୂମିକାରେ ନଜର ଆସିଛନ୍ତି । ନୁପୁର ଏବଂ ଅକ୍ଷୟଙ୍କ ଲଭ ସ୍ୟାଡ କେମେଷ୍ଟ୍ରିକୁ ନେଇ ଗୀତ ପ୍ରସ୍ତୁତ ହୋଇଛି । ଦେଖନ୍ତୁ ଏହି ରୋମାଂଟିକ ସ୍ୟାଡ ସଙ୍ଗ –

ଗୀତ ରିଲିଜ ହେଉ ହେଉ ଅଧଘଂଟା ମଧ୍ୟରେ ଏହା ଏବେ ପର୍ଯ୍ୟନ୍ତ ପାଖାପାଖି ୩ଲକ୍ଷ ଭ୍ୟୁ ହୋଇସାରିଲାଣି । ଗୀତ ରିଲିଜ ହେଉ ହେଉ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More