Only for Entertainment

ଫିଲ୍ମ କଂଚନା ସେଟରୁ ଭାଇରାଲ ହେଲା ଅକ୍ଷୟ କୁମାରଙ୍କ ଫଟୋ ! ଅଜୀବ ଲୁକରେ ନଜର ଆସିଲେ ଖିଲାଡି କୁମାର !

52

ବଲିଉଡ ଅଭିନେତା ଅକ୍ଷୟ କୁମାର କିଛି ଦିନ ହେବ ନିଜର ଅପକମିଂ ଫିଲ୍ମ କୁ ନେଇ ଚର୍ଚ୍ଚାରେ ରହିଛନ୍ତି । କିଛିଦିନ ପୂର୍ବେ ଅକ୍ଷୟ ‘ଗୁଡନ୍ୟୁଜ’ ଫିଲ୍ମର ସୁଟିଂ ଶେଷ କରିଛନ୍ତି । ଏବେ ନିଜର ଆଉ ଏକ ଫିଲ୍ମ ‘କଂଚନା’ ସୁଟିଂରେ ବ୍ୟସ୍ତ ଅଛନ୍ତି ଖିଲାଡି କୁମାର ।

  ନିକଟରେ ଏହି ଫିଲ୍ମ ସୁଟିଂ ସେଟରୁ କିଛି ଫଟୋ ସାମ୍ନାକୁ ଆସିଛି । ଖବର ମୁତାବକ ଏହି ଫଟୋ କଂଚନା ଫିଲ୍ମର ଅଟେ । ଫଟୋରେ ଅକ୍ଷୟ ଅଜୀବ ଲୁକରେ ନଜର ଆସିଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଏହି ଲୁକକୁ ସମସ୍ତେ ପସନ୍ଦ କରୁଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ଫିଲ୍ମ ‘କଂଚନା’ ଏକ ହରର କମେଡି ଫିଲ୍ମ ଅଟେ । ଏହି ଫିଲ୍ମରେ ରାଘବ ଲରେନ୍ସ ନିର୍ଦ୍ଦେଶନା ଦେବେ । ଖବର ଅନୁସାରେ ଫିଲ୍ମ ‘କଂଚନା’ ପାଇଁ କିଆରା ଆଡଭାନୀଙ୍କୁ ଫାଇନାଲ କରାଯାଇଛି ।
କିଆରାଙ୍କ ପୂର୍ବରୁ କ୍ୟାଟରୀନା କୈଫ, ଶୋବିତା ଧୁଲିପାଲାଙ୍କୁ ନେଇ ଚର୍ଚ୍ଚା ଶୁଣିବାକୁ ମିଳିଥିଲା । କିଆରା ଫିଲ୍ମରେ ଅକ୍ଷୟଙ୍କ ଗର୍ଲଫ୍ରେଣ୍ଡ ଭୂମିକା ତୁଲାଇବେ । ଏହି ଫିଲ୍ମ ୨୦୧୧ରେ ଆସିଥିବା ତାମିଲ ଫିଲ୍ମ କଂଚନା’ର ରିମେକ ଅଟେ । ଅକ୍ଷୟ କୁମାରଙ୍କ ଏହି ଫିଲ୍ମ ଆସନ୍ତା ବର୍ଷ ରିଲିଜ ହେବ ।

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଅକ୍ଷୟଙ୍କ ଫିଲ୍ମ ‘କେସରୀ’ ନିକଟରେ ରିଲିଜ ହୋଇଥିଲା । ଫିଲ୍ମ ଲୋକଙ୍କୁ ଖୁବ ପସନ୍ଦ ଆସିଛି । ଏହାବ୍ୟତୀତ ଅକ୍ଷୟ ଫିଲ୍ମ ‘ଗୁଡନ୍ୟୁଜ’ରେ ନଜର ଆସିବେ । ଏହି ଫିଲ୍ମରେ ତାଙ୍କ ସହ କରୀନା କପୁର, ଦିଲଜିତ ଦୋସାଂଝା, କିଆରା ଆଡବାଣୀ ମୁଖ୍ୟ ଭୂମିକାରେ ନଜର ଆସିବେ । ଅକ୍ଷୟଙ୍କ ଫିଲ୍ମ ହାଉସଫୁଲ-୩ ମଧ୍ୟ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More