Only for Entertainment

ଅକ୍ଷୟଙ୍କ ଫିଲ୍ମ ‘କେସରୀ’ ସେଟରେ ଅଗ୍ନୀକାଣ୍ଡ, ଲକ୍ଷାଧିକ ଟଙ୍କାର କ୍ଷତି

zee news
0 39

ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘କେସରୀ’ ସେଟରେ ଭୀଷଣ ଅଗ୍ନୀକାଣ୍ଡ ଘଟିଥିବାର ଖବର ସାମ୍ନାକୁ ଆସିଛି । ମହାରାଷ୍ଟ୍ରର ୱାଇ ଜିଲ୍ଲାରେ ଫିଲ୍ମର କ୍ଲାଇମ୍ୟାକ୍ସର ସୁଟିଂ ଚାଲିଥିବା ବେଳେ ସେଟରେ ଏହି ଅଗ୍ନୀକାଣ୍ଡ ଘଟିଛି । ୟୁନିଟର ସମସ୍ତ ସଦସ୍ୟ ସୁରକ୍ଷିତ ଥିବା ବେଳେ ଫିଲ୍ମ ସେଟର ବଡକ୍ଷତି ହୋଇଯାଇଛି ।

ଖବର ଅନୁସାରେ ସେଟରେ ଏକ ଯୁଦ୍ଧର ସିନ ଚାଲିଥିବା ବେଳେ ସେଠାରେ ଅନେକ ବାଣ ରଖାଯାଇଥିଲା । ଏହି ସମୟରେ ସେଟରେ ନିଆଁ ଲାଗିଯାଇଥିଲା । ଏହି ଘଟଣା ପୂର୍ବରୁ ଅକ୍ଷୟ ନିଜ ସୁଟିଂ ଶେଷ କରି ଫେରିଯାଇଥିଲେ । ଫିଲ୍ମର ୧୦ ଦିନର ସୁଟିଂ ବାକି ଥିବା ବେଳେ ଏହି ନିଆଁରେ ସେଟ ପୁରା ନଷ୍ଟ ହୋଇଯାଇଛି । ବର୍ତ୍ତମାନ ଏହି ଘଟଣା ପରେ ପୁଣିଥରେ ନିର୍ମାତାଙ୍କୁ ନୂଆ ସେଟ ପ୍ରସ୍ତୁତ କରିବା ପାଇଁ ପଡିବ ।

ଉଲ୍ଲେଖଯୋଗ୍ୟ ଯେ, ସାଗଗଢୀ ଯୁଦ୍ଧ ଉପରେ ଆଧାରିତ ଏହି ଫିଲ୍ମରେ ଅକ୍ଷୟଙ୍କ ବିପକ୍ଷରେ ପରିଣିତି ଚୋପ୍ରା ନଜର ଆସିବେ । କିଛି ଦିନ ପୂର୍ବେ ଅକ୍ଷୟଙ୍କ ଲୁକ ସାମ୍ନାକୁ ଆସିଥିଲା ଏବଂ ଏହା ଭାଇରାଲ ମଧ୍ୟ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More