Only for Entertainment

ସଂଜୟ ଦତ୍ତଙ୍କ ଘରେ ପହଂଚିଲେ ଆଲିୟା ଏବଂ ବରଫି ବୟ ରଣବୀର ।

tribune
0 44

ଗତ କିଛି ଦିନ ପୂର୍ବେ ଆଲିୟା ଭଟ୍ଟ ଏବଂ ବରଫି ବୟ ରଣବୀର କପୁରଙ୍କ କଥିତ ଅଫେୟାର ଚର୍ଚ୍ଚା ଜୋର ଧରିଛି । ବନ୍ଧୁଙ୍କ ସହ ଡିନର ଡେଟରେ ଯିବା ବ୍ୟତୀତ ଆଲିୟା କିଛି ଦିନ ପୂର୍ବେ ରଣବୀର କପୁରଙ୍କ ପରିବାର ସହ ଡିନରରେ ଯାଉଥିବାର ଦେଖିବାକୁ ମିଳିଥିଲା । ଏଥିରୁ ସ୍ପଷ୍ଟ ଜଣା ପଡୁଛି ଯେ ରଣବୀର ଏବଂ ଆଲିୟା ରିଲେସନସିପରେ ଅଛନ୍ତି । ଏହାବ୍ୟତୀତ ଏହି ଯୋଡି ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ମଧ୍ୟ ଅନେକ ସମୟ ସାଥୀରେ ବିତାଉଛନ୍ତି ।

ଏବେ ପୁଣି ଥରେ ଆଲିୟା ଏବଂ ରଣବୀରଙ୍କୁ ପବ୍ଲିକାଲି ଦେଖିବାକୁ ମିଳିଛି । ଆଲିୟା ରଣବୀରଙ୍କ ଘରେ ଦେଖିବାକୁ ମିଳିଥିଲେ ଯେଉଁଠି କିଛି ସମୟ ପରେ ରଣବୀର ସଂଜୟ ଦତ୍ତଙ୍କୁ ନେଇ ପହଂଚିଥିଲେ । ଆମ ସମସ୍ତଙ୍କୁ ଜଣା ଯେ ରଣବୀର ସଂଜୟ ଦତ୍ତଙ୍କ ବାୟୋପିକରେ ‘ସଂଜୁ’ର ଭୂମିକା ତୁଲାଉଛନ୍ତି ।

କପୁର ପରିବାରରେ କିଛି ସମୟ ବିତାଇବା ପରେ ଆଲିୟା ଏବଂ ରଣବୀରଙ୍କୁ ସଂଜୟ ଦତ୍ତଙ୍କ ଘରେ ସଂଜୁଙ୍କୁ ଡ୍ରପ କରିବାକୁ ଯାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏହାପରେ ଏହି ଯୋଡି ସେଠାରୁ ହସିକି ବାହାରି ଯିବାର ଦେଖିବାକୁ ମିଳିଥିଲା । ଏହାମଧ୍ୟରେ ‘ସଂଜୁ’ର ପ୍ରମୋସନ ଲାଗି ବ୍ୟସ୍ତ ମଧ୍ୟ ଅଛନ୍ତି । ଏହି ଫିଲ୍ମ ୨୯ଜୁନରେ ରିଲିଜ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More