Only for Entertainment

ମାଙ୍କ ମୃତ୍ୟୁ ପରର ପରିସ୍ଥିତି ଜଣାଇଲେ ଜାହ୍ନବୀ,ଜାଣନ୍ତୁ କ’ଣ କହିଲେ ।

dailyhunt
0 38

ଭେଟେରିଆନ ଅଭିନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁରେ ସମସ୍ତେ ଆଶ୍ଚଯ୍ୟଚକିତ ହୋଇ ଯାଇଥିଲେ । କେବଳ ପରିବାର ନୁହଁନ୍ତି ସାରା ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ଦର୍ଶକଙ୍କୁ ଏକ ବଡ଼ ଝଟକା ଲାଗିଥିଲା । କେହି ମଧ୍ୟ ଏହାକୁ ବିଶ୍ୱାସ କରିପାରୁନଥିଲେ । ଆଜି ମଧ୍ୟ ତାଙ୍କ ଅକାଳ ବିୟୋଗକୁ କେହି ଭୁଲି ପାରନାହାଁନ୍ତି । ଏହି କାଣଣରୁ ତାଙ୍କ ବଡ଼ ଝିଅ ଜାହ୍ନବୀଙ୍କ ଫିଲ୍ମ ଧଡ଼କର ସୁଟିଂକୁ ଅଧାରୁ ବନ୍ଦ କରିଦିଆଯାଇଥିଲା । କିନ୍ତୁ କିଛି ଦିନ ପରେ ଜାହ୍ନବୀ ସୁଟିଂରେ ଯୋଗ ଦେଇଥିଲେ । ତେବେ ଜାହ୍ନବୀଙ୍କ ଏହି ସାହସକୁ ସମସ୍ତେ ପ୍ରଶଂସା କରିଥିଲେ ।

ତେବେ କିଛି ସମୟ ହେବ ଜାହ୍ନବୀ ତାଙ୍କ ମା’ଙ୍କ ବିୟୋଗ ପରର ପରିସ୍ଥିତି ବିଷୟରେ କହିଛନ୍ତି । ତେବେ ତାଙ୍କ ମାଙ୍କ ଯିବା ପରେ ତାଙ୍କ ସଂପୂର୍ଣ୍ଣ ପରବିାର ତରଫରୁ ପୂର୍ଣ୍ଣ ସମର୍ଥନ ମିଳିଥିବା ଖତା ସେ କହିଛନ୍ତି । ତେବେ ସୁଟିଂକୁ ଯିବା ପୂର୍ବରୁ ସେ ଡରି ଯାଇଥିଲେ ଏବଂ କ୍ୟାମେରା ସାମ୍ନାକୁ ଯିବା ସମୟରେ ତାଙ୍କ କଷ୍ଟ ଲାଗୁଥିବା କଥା ମଧ୍ୟ କହିଛନ୍ତି । କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଏହା ପରିବର୍ତ୍ତନ ହୋଇଥିଲା । କିନ୍ତୁ ଫିଲ୍ମ ପାଇଁ ସେ ତାଙ୍କ ମାଙ୍କୁ ହରାଇଥିବା ଦୁଃଖରୁ କିଛି ସମୟ ପାଇଁ ବାହାରି ପାରଥିଲେ ବୋଲି କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More