Only for Entertainment

କାକିନାଡ଼ାରେ ପହଂଚିବା ପରେ ଅଲ୍ଲୁ ଅର୍ଜୁନ’ଙ୍କୁ ଧମାକାଦାର ସ୍ୱାଗତ ଜଣାଇଲେ ଫ୍ୟାନ୍ସ, ଦେଖନ୍ତୁ ଭାଇରାଲ ଭିଡ଼ିଓ

pinkvilla
278

ଅଲ୍ଲୁ ଅର୍ଜୁନ ଟଲିଉଡର ଜଣେ ଲୋକପ୍ରିୟ ପ୍ରସିଦ୍ଧ ଆକ୍ଟର ଏବଂ ସୁପରଷ୍ଟାର । ଏହି ଆକ୍ଟରଙ୍କ ଫ୍ୟାନ ଫଲୋଇଙ୍ଗ କେବଳ ଟଲିଉଡ କାହିଁକି ସାରା ଭାରତରେ ଯଥେଷ୍ଟ ଅଧିକ । ଜଣେ ବିବାହିତ ହ୍ୟାଣ୍ଡସମ ଆକ୍ଟର ହେଲେ ମଧ୍ୟ ଅଭିନୟରେ କାହାକୁ ମଧ୍ୟ ଦୁର୍ବଳ କରି ଦିଅନ୍ତି । ଗତ କିଛି ବର୍ଷ ମଧ୍ୟରେ ଆର‌୍ୟ, ରେସ ଗୁରମ, ସନ ଅଫ ସତ୍ୟମୂର୍ଥି, ସରାଇନୋଡୁ ଏବଂ ଅନେକ ସୁପରହିଟ ଫିଲ୍ମରେ ଦମଦାର ଅଭିନୟ କରିଛନ୍ତି ଏହି ପ୍ରସିଦ୍ଧ ଟଲିଉଡ ଆକ୍ଟର । ଏଥିରେ କହିଲେ ଭୁଲ ହେବ ନାହିଁ ଯେ ଅଲୁ ଅର୍ଜୁନଙ୍କ ଭଳି ଆକ୍ଟର ଟଲିଉଡ ପାଇଁ ଏକ ବିଶିଷ୍ଟ ଉପହାର ।

 

ନିକଟରେ ଅଲ୍ଲୁ ଅର୍ଜୁନ ତାଙ୍କର ଆଗାମୀ ଫିଲ୍ମ ଏଏ୧୯ର ସୁଟିଂ ପାଇଁ ଆନ୍ଧ୍ରପଦେଶର କାକିନାଡ଼ା ଯାଇଥିଲେ । ସବୁଠାରୁ ଖାସ କଥା ହେଉଛି ଅଲ୍ଲୁ ଅର୍ଜୁନ ପହଂଚିବା ପରେ କାକିନାଡ଼ାରେ ଚହଳ ସୃଷ୍ଟି ହୋଇଗଲା । ଅଲ୍ଲୁଙ୍କୁ ଦେଖିବା ପରେ ଫ୍ୟାନ୍ସଙ୍କ ଜବରଦସ୍ତ ଭିଡ଼ ଜମିଥିଲା । ଫ୍ୟାନ୍ସଙ୍କ ମଧ୍ୟରେ କେତେ ଉତ୍ସାହ ଥିଲା ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋ ଏବଂ ଭିଡ଼ିଓ ଦେଖି ଆପଣ ବୁଝିପାରିବେ । ଏହି ସୁପରଷ୍ଟାରଙ୍କୁ ଦେଖିବା ପାଇଁ କେତେ ଯେ ଲୋକ ଏକାଠି ହୋଇଥିଲେ ତାହା ନ ଦେଖିଲେ ବିଶ୍ୱାସ କରି ହେବ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More