Only for Entertainment

ଦୂର୍ଗା ପୂଜାରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ଆଳୁ ହଲୱା !

44

ଆଳୁ ହାଲୁଆ ପୋଷକତତ୍ତ୍ବରେ ଭରପୂର ଓ ସ୍ବାଦିଷ୍ଟ ହୋଇଥାଏ। ଏହାକୁ ଆପଣ ଘିଅ, ଗୁଡ଼, ଚିନି ସହାୟତାରେ ତିଆରି କରିପାରିବେ। ଏହା ତିଆରି କରିବା ଲାଗି ବେଶୀ ସମୟ ମଧ୍ୟ ଲାଗି ନ ଥାଏ।

ପ୍ରସ୍ତୁତି ପ୍ରଣାଳୀ:
ମଧ୍ୟମ ଆକାରର ୪ଟି ଆଳୁ, ଏକ ଚତୁର୍ଥାଂଶ କପ୍‌ ଚିନି, ୨ ଚାମଚ ଘିଅ, ୨ ଚାମଚ ଫ୍ରେଶ୍‌ କ୍ରୀମ୍‌, ଅଧ ଚାମଚ ଗୁଜୁରାତି ଗୁଣ୍ଡ।

ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଆଳୁ ସିଝାଇ ଥଣ୍ଡା ହେବା ଚୋପା ଛଡ଼ାଇ ଭଲ ଭାବେ ଚକଟନ୍ତୁ। ଏବେ ଏକ ପ୍ୟାନ୍‌ରେ ଘିଅ ଗରମ କରି ଚକଟା ଯାଇଥିବା ଆଳୁ ଏଥିରେ ପକାନ୍ତୁ। ମଧ୍ୟମ ଆଞ୍ଚରେ ଆଳୁ ଘିଅ ଛାଡ଼ିବା ଯାଏ ଏହାକୁ ଗୋଳାନ୍ତୁ। ଏବେ ଏହି ମିଶ୍ରଣରେ ଚିନି ଓ କ୍ରୀମ୍‌ ପକାନ୍ତୁ। ଆପଣ ଚାହିଲେ କ୍ରୀମ୍‌ ବଦଳରେ ତାଜା ମଲାଇ ମଧ୍ୟ ବ୍ୟବହାର କରିପାରିବେ। ଆଳୁରେ ଚିନି ମିଶିବା ଯାଏ ଏହାକୁ ଗୋଳାନ୍ତୁ। ପ୍ରସ୍ତୁତ ହୋଇଗଲା ଆଳୁ ହାଲୁଆ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More