Only for Entertainment

ବିଗ ବିଙ୍କୁ ମିଳିଲା ପାକିସ୍ତାନୀ ଭୂମିକା, ଏହି କାରଣରୁ ଛାଡିଲେ ଫିଲ୍ମ !

27

ବିଗ ବି କିଛି ଦିନ ହେବ ଫିଲ୍ମ ‘ତେରା ୟାର ହୁଁ ମେ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ହିନ୍ଦୀ, ତାମିଲ ଏବଂ ବଙ୍ଗାଳୀ ଭାଷାରେ ରିଲିଜ ହେବ । ଏହି ଫିଲ୍ମ ପରେ ଜଣେ ହଲିଉଡ ଡିରେକ୍ଟରଙ୍କ ଫିଲ୍ମରେ ଅମିତାଭ ବଚ୍ଚନଙ୍କୁ ପାକିସ୍ତାନୀ ବ୍ୟକ୍ତି ଭୂମିକା ତୁଲାଇବା ପାଇଁ ପ୍ଲାନ କରିଥିଲେ । ଏହି ଭୂମିକା ପାଇଁ ଅମିତାଭ ବଚ୍ଚନ ଫିଲ୍ମ କରିବା ପାଇଁ ମନା କରିଦେଇଛନ୍ତି ଏହାର କାରଣ ଭାରତ ପାକିସ୍ତାନ ମଧ୍ୟରେ ବିଗିଡିଥିବା ସମ୍ପର୍କ ।

ଏକ ରିପୋର୍ଟ ମୁତାବକ ଅମିତାଭ ବଚ୍ଚନଙ୍କୁ ଓସ୍କାର ବିଜେତା ସାଉଣ୍ଡ ଡିଜାଇନର ରେସଲ ପୋକ୍ୟୁଟି ଏକ ଫିଲ୍ମରେ ପାକିସ୍ତାନୀ ଭୂମିକା ପାଇଁ ଅଫର ଦେଇଥିଲେ । ଏହି ଫିଲ୍ମରେ ସାଉଣ୍ଡ ଡିଜାଇନର ରେସଲ ମଧ୍ୟ ଡିରେକ୍ଟର ଭାବେ ଡେବ୍ୟୁ କରିଛନ୍ତି । ଏହି ଫିଲ୍ମ ପାଇଁ ଆଗରୁ ବିଗ ବି ହଁ କହିଥିଲେ ମାତ୍ର ଏବେ ତାରିଖ ନ ମିଳିବା କାରଣରୁ ମନା କରି ଦେଇଛନ୍ତି । ବିଗ ବି ଏବେ ବ୍ରହ୍ମାସ୍ତ୍ର ଏବଂ ତେରା ୟାର ହୁଁ ମେ ସୁଟରେ ବ୍ୟସ୍ତ ଅଛନ୍ତି । ଏହାପରେ ତାଙ୍କୁ ଅନ୍ୟ ଫିଲ୍ମ ପାଇଁ ଡେଟ ମିଳିବ ବୋଲି କହିଥିବାରୁ ଡିରେକ୍ଟର ତାଙ୍କୁ ଲମ୍ବା ସମୟ ଧରି ଅପେକ୍ଷା କରିଥିଲେ , କିନ୍ତୁ ଏବେ ଶୁଣିବାକୁ ମିଳିଛି ଯେ ଅମିତାଭ ବଚ୍ଚନ ସ୍ପଷ୍ଟ କରିଛନ୍ତି ଯେ ଏହି ଫିଲ୍ମରେ ଅଭିନୟ କରିବେ ନାହିଁ ।


ଏଠାରେ ଆମେ କହି ରଖୁଛୁ ଯେ ବିଗ ବି କିଛି ଦିନ ହେବ ଫିଲ୍ମ ‘ତେରା ୟାର ହୁଁ ମେଁ’ର ସୁଟିଂ କରୁଛନ୍ତି । ଫିଲ୍ମରେ ଏସଜେ ସୁର‌୍ୟା ଏବଂ ରାମ କୃଷ୍ଣନ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମର ଡିରେକ୍ସନ ଟି ତାମିଲବନନ କରୁଛନ୍ତି । ଏହାର ପ୍ରଯୋଜନା ଭାର ତୁଲାଇଛନ୍ତି ଭୂଷଣ କୁମାର, ଦିବ୍ୟା ଖୋସଲା କୁମାର, କୃଷ୍ଣ କୁମାର, ଓମ ପ୍ରକାଶ ଭଟ୍ଟ. ସୁଜୟ ଶଙ୍କରବର ଏବଂ ଆମି ତ୍ରିବେଦୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More